ଖୋଲିବ କାଉଣ୍ଟର, ବିନା ମାସ୍କରେ ମଦ ମନା!

Spread the love

ଭୁବନେଶ୍ୱର : ବୁଧବାର ଠାରୁ  ସାରା ରାଜ୍ୟରେ ମଦ ଦୋକାନ ଖୋଲିବ । ଏଣିକି ଅଫ ଲାଇନରେ ମଦ ମିଳିବ । ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମଦ କାଉଣ୍ଟର ଖୋଲା ରହିବ । ହେଲେ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରାଯିବ । ସାମାଜିକ ଦୂରତ୍ୱ ସହ ମାସ୍କ ପିନ୍ଧି ଲୋକେ ମଦ ଦୋକାନକୁ ଆସିବେ । ବିନା ମାସ୍କରେ ଆସିଥିବା ଗ୍ରାହକଙ୍କୁ ମଦ ମିଳିବ ନାହିଁ ବୋଲି ଅବକାରୀ ବିଭାଗ ପକ୍ଷରୁ କଡା ନିର୍ଦ୍ଦେଶ ରହିଛି ।

Homeରାଜ୍ୟଖୋଲିବ କାଉଣ୍ଟର, ବିନା ମାସ୍କରେ ମଦ ମନା!

ଖୋଲିବ କାଉଣ୍ଟର, ବିନା ମାସ୍କରେ ମଦ ମନା!

ରାଜ୍ୟ BY PRADEEP JULY 1, 2020Spread the love

  • 0Shares

ଭୁବନେଶ୍ୱର : ବୁଧବାର ଠାରୁ  ସାରା ରାଜ୍ୟରେ ମଦ ଦୋକାନ ଖୋଲିବ । ଏଣିକି ଅଫ ଲାଇନରେ ମଦ ମିଳିବ । ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମଦ କାଉଣ୍ଟର ଖୋଲା ରହିବ । ହେଲେ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରାଯିବ । ସାମାଜିକ ଦୂରତ୍ୱ ସହ ମାସ୍କ ପିନ୍ଧି ଲୋକେ ମଦ ଦୋକାନକୁ ଆସିବେ । ବିନା ମାସ୍କରେ ଆସିଥିବା ଗ୍ରାହକଙ୍କୁ ମଦ ମିଳିବ ନାହିଁ ବୋଲି ଅବକାରୀ ବିଭାଗ ପକ୍ଷରୁ କଡା ନିର୍ଦ୍ଦେଶ ରହିଛି ।
କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି କାଉଣ୍ଟର ସାମ୍ନାରେ ଭିଡ଼ ନ କରିବା ପାଇଁ ଦୋକାନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏମିତିକି ଆବଶ୍ୟକ ସ୍ଥଳେ କାଉଣ୍ଟର ସାମ୍ନାରେ ବ୍ୟାରିକେଡ୍ କରିବାକୁ କୁହାଯାଇଛି । ଏହାସହ ମଦ କାଉଣ୍ଟରର ସମସ୍ତ କର୍ମଚାରୀ ଯେମିତି ମାସ୍କ ପିନ୍ଧିବେ, ସେ ନେଇ ମାଲିକ ଧ୍ୟାନ ଦେବେ । କାଉଣ୍ଟର ଖୋଲିବା ସତ୍ତ୍ୱେ ମଧ୍ୟ ପୂର୍ବ ପରି ମଦର ହୋମ୍ ଡେଲିଭରି ଜାରି ରହିବ ।
ମଦକାଉଣ୍ଟରରେ ହେବାକୁ ଥିବା ଭିଡ଼କୁ ଏଡ଼ାଇବା ପାଇଁ ଇ-ଟୋକନ୍ ଜରିଆରେ ମଦ ବିକ୍ରି କରାଯିବ । ଓଡ଼ିଶା ମଦ ନିଗମ ପୋର୍ଟାଲରେ ସ୍ଲଟ୍ ବୁକିଂ କରି  ଗ୍ରାହକମାନେ ଟୋକନ୍ ହାସଲ କରିବେ । ଏହାପରେ ସେହି ଟୋକନ୍ ନେଇ କାଉଣ୍ଟରକୁ ଯାଇ ମଦ କିଣିପାରିବେ । ଗ୍ରାହକମାନେ ଯେମିତି ମଦ ନିଗମ ପୋର୍ଟାଲକୁ ଯାଇ ସ୍ଲଟ୍ ବୁକିଂ କରିବା ସହ ଇ-ଟୋକନ୍ ଡାଉନଲୋଡ କରିବେ,  ସେ ନେଇ ଗ୍ରାହକଙ୍କ ଅବଗତ ନିମନ୍ତେ ଦୋକାନୀ କାଉଣ୍ଟର ବାହାରେ ସୂଚନା ବୋର୍ଡ ଲଗାଇବେ ।
ମଦଦୋକାନରେ ହେଉଥିବା ଭିଡ଼କୁ ଏଡ଼ାଇବା ପାଇଁ ‘ଅନ୍‌’ସପ୍ ଗୁଡ଼ିକ ‘ଅଫ୍‌’ ସପ୍ ଭାବେ ବିକ୍ରି କରିପାରିବେ । ଏହାସହ ‘ଅନ୍‌’ ସପ୍ ଲାଇସେନ୍ସପ୍ରାପ୍ତ ମଦ ଦୋକାନଗୁଡ଼ିକୁ ‘ଅଫ୍‌’ ସପ୍‌ର ସମସ୍ତ ନିୟମ ମାନିବାକୁ  ପଡ଼ିବ । ଏହି ବ୍ୟବସ୍ଥା ଲାଗୁ ହେବା ଦ୍ୱାରା ଅଧିକ କାଉଣ୍ଟରରେ ମଦ ବିକ୍ରି ହୋଇପାରିବ । ଏହାସହ ଦୋକାନ ସାମ୍ନାରେ ଗ୍ରାହକ ଯେମିତି ଭିଡ଼ ନକରିବେ, ସେ ନେଇ ମଦଦୋକାନୀ କର୍ମଚାରୀ ଦେବେ । ଯଦି କୌଣସି କାଉଣ୍ଟର ଏହି ନିୟମ ଉଲ୍ଲଙ୍ଘନ କରନ୍ତି, ସେହି ଦୋକାନକୁ ପ୍ରଶାସନ ପକ୍ଷରୁ ସିଲ୍ କରି ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
ପୂର୍ବରୁ ବିଦେଶ ମଦ ପରେ ଏବେ ଦେଶୀ ମଦ ଲୋକଙ୍କ ଘରେ ପହଞ୍ଚାଇବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।  କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଉଟ୍ ଷ୍ଟିଲ୍ ଓ ଦେଶୀ ମଦ ହୋମ୍ ଡେଲିଭରି ହେଉଛି । ମଙ୍ଗଳବାର ଠାରୁ ଏହି ସୁବିଧା ଲୋକମାନଙ୍କ ପାଇଁ ଉପଲବ୍ଧ ହୋଇଛି । ରାଜ୍ୟରେ ଥିବା କେବଳ ଲାଇସେନ୍ସପ୍ରାପ୍ତ ଦେଶୀ ମଦ ଦୋକାନ ଏହି ବ୍ୟବସ୍ଥା ଦ୍ୱାରା ମଦ ବିକ୍ରି କରିିପାରିବେ । ପ୍ରତି କାଉଣ୍ଟର ସାମ୍ନାରେ ଡିସ୍‌ପ୍ଲେ ବୋର୍ଡରେ ମଦ ଦୋକାନୀ ଓ କର୍ମଚାରୀଙ୍କ ଫୋନ୍ ନମ୍ବର ଓ ହ୍ୱାଟସ୍‌ଆପ୍ ନମ୍ବର ଉଲ୍ଲେଖ ରହିବ ।
ଯେଉଁଥିରୁ ଗ୍ରାହକମାନେ ବିଭିନ୍ନ ବ୍ରାଣ୍ଡର ଦେଶୀ ମଦ ଅର୍ଡର କରିପାରିବେ ।  ସେହିପରି ଲୋକମାନେ ଘରେ ବସି ସୁବିଧାରେ ମଦ ପାଇପାରିବା ନେଇ ରାଜ୍ୟ ମଦ ନିଗମ ପକ୍ଷରୁ ଏକ ପୋର୍ଟାଲ ଖୋଲାଯାଇଛି । ଏହି ୱେବ ପୋଟାର୍ଲ ମାଧ୍ୟମରେ ଲୋକମାନେ ନିଜର ପରିଚୟ ପଞ୍ଜୀକରଣ କରି ଘରକୁ ମଦ ଅର୍ଡର କରିପାରିବେ । ରାଜ୍ୟ ମଦ ନିଗମ ମାଧ୍ୟମରେ ମଦଦୋକାନୀମାନେ ଗ୍ରାହକଙ୍କ ପାଖରେ ମଦ ନେଇ ପହଞ୍ଚାଇବେ । ଏଥିପାଇଁ ଲୋକଙ୍କୁ ଓଏସ୍‌ବିସିଏଲ୍ (ଓଡ଼ିଶା ରାଜ୍ୟ ବିଭିରେଜ୍ କର୍ପୋରେସନ ଲିଃ) ୱେବ୍‌ସାଇଟକୁ ଯାଇ ପଞ୍ଜୀକରଣ କରିବାକୁ ପଡ଼ିବ ।

About the author

Leave a Reply

Your email address will not be published. Required fields are marked *