ଅପରାଧୀକୁ ପାସପୋର୍ଟ ପ୍ରସଙ୍ଗ ତଦନ୍ତ ତ୍ୱରାନିତ ପାଇଁ ବିଭିନ୍ନ ମହଲରୁ ଦାବୀ

Spread the love

ଭୁବନେଶ୍ୱର: ନବୀନ ବାବୁଙ୍କ ମୋ ସରକାର ଅମଳରେ ଶାସନ ବ୍ୟବସ୍ଥା ଓ ଦୁର୍ନତୀ ଗସ୍ତ ସରକାରୀ କର୍ମଚାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବାବେଳେ ବହୁତ ନଜିର ଅଛି । କିଛି ଦୁର୍ନତି ଗସ୍ତ ଅଫିସର ସବୁ ସମୟରେ ଶାସକ ଦଳଙ୍କୁ ଅସୁବିଧାରେ ପକାଉଥିବା ସମ୍ନାକୁ ଆସୁଛି । ଉଦାହରଣ ସ୍ୱରୂପ କିଭଳି ଜଣେ ଅପରାଧିୀଙ୍କୁ ପାସପୋର୍ଟ ଯାଞ୍ଚ ରିପୋର୍ଟ ଆଗକୁ ଗଲା, ସେ ପାସପୋର୍ଟ ହାତେଇଲେ ଏ ନେଇ ବିିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ପ୍ରଶାସନର ସ୍ୱଚ୍ଛତା ପ୍ରତି ସନ୍ଦେହ ସୃଷ୍ଟି କରୁଛି । କାରଣ ପୂର୍ବରୁ ଯାଞ୍ଚ ବେଳେ ନାକଚ ପାସପୋର୍ଟ ଫଟୋ ଦରଖାସ୍ତ ପରେ କିଭଳି ଖରାପରୁ ଭଲ ହୋଇ ପାରିଲେ ପୋଲିସର ପାରିବାପଣକୁ ପଦାରେ ପକାଇ ଦେଇଛି । ଏଥିରେ ଥାନା ଅଧିକାରୀ ଓ ଦାୟିତ୍ୱରେ ଥିବା କର୍ମଚାରୀ ଦାୟିତ୍ୱନତା ଉପରେ ପ୍ରଶ୍ନ ଉଠୁଛି । ସୂଚନା ଅନୁସାରେ ଏହି ଘଟଣାକୁ ନେଇ ଖବର ପ୍ରକାଶ ପାଇବା ପରେ କମିଶନରେଟ୍ ପୋଲିସ ପକ୍ଷରୁ ଖୋଳତାଡ ଆରମ୍ଭ ହୋଇଥିଲା । ଏସ୍‌ପି ଏହାର ସଠିକ୍ ତଦନ୍ତ କରିଥିଲେ । ଥାନାରେ ପାସପୋର୍ଟ ଦାୟିତ୍ୱରେ ଥିବା ଜଣେ କନେଷ୍ଟବଳକୁ ଅନ୍ୟତ୍ର ବଦଳି କରାଯାଇଥିବା ଜଣାପଡିଛି ।

ତେବେ ପ୍ରଶ୍ନ ଉଠୁଛି ଜଣେ କନେଷ୍ଟବଳ କ’ଣ ଏତେ ପ୍ରଭାବୀଶାଳି ଯେ, ପେସାଦାର ଅପରାଧି ପାସପୋର୍ଟ ଯାଞ୍ଚ ସପକ୍ଷରେ ଦେଇ ପାରିବେ? ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଓ ସୁଦକ୍ଷ ଅଧିକାରୀ ଦୁର୍ନୀତିି ବିରୋଧୀ ବରିଷ୍ଠ କାର୍ଯ୍ୟଧାରାକୁ ସମସ୍ତ ପ୍ରଶଂସା କରୁଛନ୍ତି । ସେହିଭଳି ଭୁବନେଶ୍ୱରକୁ ମଧ୍ୟ ନୂଆ ଡିସିପି ଆସିଛନ୍ତି । ଯିଏକି ଯେତେ ଜିଲ୍ଲାରେ ଏସପି ଭାବେ କାର୍ଯ୍ୟ କରିଛନ୍ତିି ସବୁ ଜିଲ୍ଲାର ଜନସାଧାରଣଙ୍କୁ ଉତ୍ତମ ନ୍ୟାୟ ପ୍ରଦାନ କରିପାରିଛନ୍ତି । ବର୍ତ୍ତମାନର ଡିସିପିଙ୍କୁ ପୁରୀ ଜିଲ୍ଲାବାସୀ ଭୁରିଭୁରି ପ୍ରଶଂସା କରୁଥିବାବେଳେ ଜଣେ ଦକ୍ଷ ପୋଲିସ ଅଫିସର ପାଇଁ ଆମେ ଗର୍ବିତ ବୋଲି ପୁରୀ ଅଞ୍ଚଳରେ ଚର୍ଚ୍ଚା ହେଉଛି । ବର୍ତ୍ତମାନ ଏହି ଘଟଣାକୁ ସଠିକ୍ ତଦନ୍ତ କରି ଉଚିତ୍ ନ୍ୟାୟ ପ୍ରଦାନ କରିବେ ବୋଲି ଆଶ ରଖାଯାଇଛି । ନଚେତ୍ ଏହି ସବୁ ବ୍ୟକ୍ତି ଦୁର୍ନତୀ କରି ଅନ୍ୟ ଦେଶକୁ ପଳାଇ ଯିବାର ବହୁ ସମ୍ଭାବନା ଅଛି ।

About the author

Leave a Reply

Your email address will not be published. Required fields are marked *