ଜଙ୍ଗଲ ବିଭାଗର କୋଟି କୋଟି ଟଙ୍କାକୁ ହରିଲୁଟ୍‌

Spread the love

ବାଣପୁର : ମହାମାରୀ କରୋନା ଆତଙ୍କ ଖେଳାଉଥିବା ବେଳେ ଆଉ ଗୋଟେ ପଟେ ବନ ବିଭାଗ କର୍ମଚାରୀଙ୍କର ବିଭିନ୍ନ ଅନିୟମିତତାର କେଳାଙ୍କାରୀରେ ଦିନ ରାତି ଲାଗି ପଡିଛନ୍ତି । ଲକ୍‌ଡାଉନ୍ ଓ ସଟ୍‌ଡାଉନ୍‌ରେ ଲୋକମାନେ ଘରୁ ବାହାରୁ ନଥିବା ବେଳେ ଅସାଧୁ ବନ ବିଭାଗ କର୍ମଚାରୀ ବେଶ୍ ଲାଭବାନ୍ ହେଉଛନ୍ତି । ଜଂଗଲ ପୁର୍ନଉଦ୍ଧାର, ପୂନଃ ବନିକରଣ, ଜଂଗଲ ସୁରକ୍ଷା ଏବଂ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ସରକାରଙ୍କ ତରଫରୁ ଆସୁଥିବା କୋଟି କୋଟି ଟଙ୍କା ହରିଲୁଟ କରୁଛନ୍ତି । ତତ୍‌ସହିତ ପାହାଡରୁ ବାହାରୁଥିବା ମୋରମ ଏବଂ ମାଟିକୁ ରାତି ରାତି ଖଣି ମାଫିଆମାନେ ବିକ୍ରି କରି ମାଲାମାଲ ହେଉଥିବା ବେଳେ ଧର୍ମକୁ ଆଖିଠାର କରି ଗରିବ ଲୋକଙ୍କ ଟଙ୍କାକୁ ଆତ୍ମସାତ କରିବାରେ ବି ପଛ ଘୁଞ୍ଚା ଦେଉନାହାଁନ୍ତି ବନବିଭାଗ କର୍ମଚାରୀମାନେ । ବାଲୁଗାଁ ରେଞ୍ଜର ଅଫିସରଙ୍କର ଦୀର୍ଘ ଦିନ ହେବ ବଦଳି ହେଉଥିବା ବେଳେ ଏଠି ଟାଙ୍ଗୀ ରେଞ୍ଜର ଅଜୟ ଜଗଦ୍ଦେବ ବାଲୁଗାଁ ରେଞ୍ଜର ଭାବେ ଦାୟିତ୍ୱ ନିଭାଉଛନ୍ତି । କିନ୍ତୁ ଏଠି କଥା ଉଠେ ରେଞ୍ଜର ବାବୁ ବହୁ କେଳେଙ୍କାରୀରେ ନିଜକୁ ଓ ଫରେଷ୍ଟ ଗାର୍ଡ ତ୍ରିଲୋଚନ ବେହେରାଙ୍କ ସହ ମିଶି ସରକାରଙ୍କର ଅର୍ଥକୁ ହରିଲୁଟ୍ କରିବାରେ ବେଶ୍ ଚର୍ଚ୍ଚାରେ ରହିଛନ୍ତି ।

ଜଂଗଲ ଓ ବନ୍ୟ ପ୍ରାଣୀଙ୍କ ସୁରକ୍ଷା ଦେବେ କଣ କିଛି ମୁଷ୍ଟି ମେୟ ଲୋକଙ୍କ ସହ ମିଶି ଜଂଗଲ କାଟି ପଦା କରୁଥିବା ସହ ବନ୍ୟ ପ୍ରାଣୀଙ୍କୁ ମାରି ନେଉଛନ୍ତି । ତାହା ସହିତ ଜଂଗଲର ଖଣିଜ ପଦାର୍ଥ ଓ ମୋରମ ମାଟିକୁ ଧ୍ୱଂସ କରିବାରେ ଲାଗିପଡିଛନ୍ତି । ଏସିଆ ମହାଦେଶ ସର୍ବବୃହତ୍ତମ ଶାଳ-ଶାଗୁଆନ ଜଙ୍ଗଲ ଦାମିଆ ବରବରା । ପ୍ରାୟ ୧୮୯୫ ମସିହାରେ ଏହି ବୃହତ୍ତମ ଜଙ୍ଗଲକୁ ବ୍ରିଟିଶ୍ ସରକାର ଲଗାଇଥିବା କଥିତ ରହିଛି । ପ୍ରଶାସନ ଓ କାଠ ମାଫିଆଙ୍କର ମଧୁଚନ୍ଦ୍ରିକାରେ ଏହି ବୃହତ୍ତମ ଶାଳ ଶାଗୁଆନ ଜଙ୍ଗଲ ଧ୍ୱଂସାଭିମୁଖ ହେଉଛି । ଫଳରେ ଏହି ସର୍ବବୃହତ୍ତମ ଶାଳ-ଶାଗୁଆନ ଜଂଗଲଟି ମରୁଭୂମି ପାଲଟିବାକୁ ଯାଉଛି । ଏହାର ସୁରକ୍ଷା ନିମନ୍ତେ କାଠ ମାଫିଆକୁ ରୋକିବା ଲାଗି ଏଠାରେ ବସବାସ କରୁଥିବା ଏହି ଅଞ୍ଚଳର ଆଦିବାସୀମାନେ ପ୍ରଶାସନ କ୍ଷେତ୍ରରେ ଯେତେ ଅଭିଯୋଗ କଲେ ଆଦିବାସୀଙ୍କୁ ବନ ବିଭାଗ କର୍ମଚାରୀମାନେ ଦେଉଛନ୍ତି ଧମକ୍ ଚମକ ଓ ସେମାନଙ୍କ ଠାରୁ ଛଡାଇ ନେଉଛନ୍ତି ଜଂଗଲ ଜମି । ପ୍ରଶାସନକୁ ଯେଉଁ ଆଦିବାସୀମାନେ ବିରୋଧ କରୁଛନ୍ତି ସେମାନଙ୍କର ପୂର୍ବ ପୁରୁଷରୁ ଚାଷ କରୁଥିବା ଜମିକୁ ଉଜାଡି ଦେଇ ମକଦ୍ଦମାରେ ଫସାଇ ଦେବୁ ବୋଲି ଅଭିଯୋଗ ହେଉଛି । କିଛି ବନ ବିଭାଗର କର୍ମଚାରୀ ଅସାଧୁ ଉପାୟରେ ଟଙ୍କା ରୋଜଗାର କରୁଛନ୍ତି । ଜଂଗଲରୁ ଗଛ କାଟିବା, ଓ ବନ୍ୟପ୍ରାଣୀ ସୁରକ୍ଷା ଆଡାରେ ହଜାର ହଜାର ବନ୍ୟ ପ୍ରାଣୀ ଶିକାରୀଙ୍କ ଶିକାରରେ ମୃତ୍ୟୁ ବରଣ କରୁଛନ୍ତି । ବନ ବିଭାଗ ଅଧିକାରୀଙ୍କ ସମେତ କାଠ ମାଫିଆ ଓ ଶିକାରୀ ରାତି ରାତି କୋଟିପତି ହେଉଛନ୍ତି । ଖୋର୍ଦ୍ଧା, ଗଂଜାମ ଓ ନୟାଗଡ ଜିଲ୍ଲାର ନିର୍ଦ୍ଧିଷ୍ଟ ମାଫିଆଙ୍କ ସଙ୍ଗେ ସଲାସୁତୁରା ହୋଇ ସାପ ନେଉଳ ଭଳି ଲୋକ ଦେଖାଣିଆ ଖେଳ ଖେଳୁଛନ୍ତି । ପ୍ରକାଶ ଥାଉକି ଗତ ମାର୍ଚ୍ଚ ମାସରେ ଟାଙ୍ଗୀ ବନ୍ୟ ଅଞ୍ଚଳରେ ଏହି ରେଞ୍ଜର ହାତୀଙ୍କୁ ସୁରକ୍ଷା ଦେବା ନାଁରେ ବନ ବିଭାଗ ବିଫଳ ହୋଇଥିବା କଥା ଅଞ୍ଚଳରେ ବେଶ୍ ଆଲୋଚନା ହୋଇଥିଲା । ଏଥିରେ ୩-୪ଟି ହାତୀଙ୍କୁ ମାରି ଦେଇଥିବା ବେଳେ ୪ଟି ଲୋକଙ୍କର ମଧ୍ୟ ଜୀବନ ଯାଇଥିଲା ।

ହାତୀ ସୁରକ୍ଷା ପାଇଁ ଆସୁଥିବା ଟଙ୍କାକୁ ରେଞ୍ଜର ବାବୁ ଆତ୍ମସାତ କରିବାରେ ପଛଘୁଞ୍ଚା ଦେଇ ନାହାଁନ୍ତି । ସରକାରୀ କଳରେ ଥାଇ ସରକାରଙ୍କର ଅର୍ଥକୁ କିପରି ବାଟମରଣା ହେଉଛି ଏବଂ ଜଂଗଲ ସୁରକ୍ଷା କଥା କେହି ବି ଚିନ୍ତା କରୁ ନଥିବା ବେଳେ ବରବରା ଜଂଗଲର ସୈାନ୍ଦର୍ଯ୍ୟ ହରାଇବା ସହିତ ପରିବେଶ ଦୂଷିତ ହେଉଛି । ପରିବେଶ ପ୍ରତି ବିପଦ ସୃଷ୍ଟି କରୁଥିବା ଲୋକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବୀ ହେଉଛି ।

About the author

Leave a Reply

Your email address will not be published. Required fields are marked *