ଅର୍ଥ ଅଭାବ ଯୋଗୁଁ ଚିକିତ୍ସା ପାଇଁ ସରକାରଙ୍କ ସହାୟତାକୁ ଚାହିଁ ବସିଛି

Spread the love

ଫିରିଙ୍ଗିଆ: ୧୭/୦୭ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଫିରିଙ୍ଗିଆ ପଞ୍ଚାୟତ ସକ୍ଷିପଡ଼ା ଗାଁ ଭଞ୍ଜ ବିଶୋଇ ପରିବାର ଅର୍ଥ ଅଭାବ ଯୋଗୁଁ ଚିକିତ୍ସ ପାଇଁ ସରକାରଙ୍କୁ ଗଣମାଧ୍ୟମ ଜରିଆରେ ନିବେଦନ ସହ ଦୁଃଖ ଜଣାଇଛନ୍ତି । ଭଞ୍ଜ ବିଶୋଇ ଜଣେ ଗରିବ ଦିନ ମଜୁରିଆ ଓ କୁଲି ମଜୁରିଆ ଯାଇ ପରିବାର ଚଳନ୍ତି । ପରିବାର କହିଲେ ସ୍ତ୍ରୀ ପୁଅ ଝିଅକୁ ନେଇ ବହୁ ଆନନ୍ଦର ସହ ଚଳି ଆସୁଥିଲେ । ହଠାତ୍ ସ୍ତ୍ରୀଙ୍କ ଦେହ ଖରାପ ହୋଇଯିବାରୁ ପରିବାରରେ ଦୁଃଖ ବଢ଼ିବାରେ ଲାଗି ରହିଛି । ଯେତିକି ଟଙ୍କା ମିଳୁଛି ସେତିକିରେ ପରିବାର ଚଳିବା କଷ୍ଟକର । ଅର୍ଥ ଅଭାବ ଯୋଗୁ ଚିକିତ୍ସା କରିବା ସାତ ସପନ ହୋଇପଡିଛି । ଭଞ୍ଜ ବିଶୋଇଙ୍କ ସ୍ତ୍ରୀ ଦିନକୁ ଦିନ ରୋଗ ଯୋଗୁଁ ଭଲ ଭାବରେ ଚାଲିବୁଲି ପାରୁନାହାନ୍ତି ।

ଫଳରେ ଭଞ୍ଜ ବିଶୋଇ ଗୋଟିଏ ପଟେ ପରିବାର ବୋଝ ଓ ଅନ୍ୟ ପଟେ ସ୍ତ୍ରୀ ଦୁଃଖରେ ଭାଙ୍ଗି ପଡିଛନ୍ତି । ଅନେକ ମେଡିସିନ ଖାଇଲେ ମଧ୍ୟ କୌଣସି ଭଲ ହେଉନଥିବାର ଦୁଃଖର ସହ ଭଞ୍ଜ ବିଶୋଇ କହିଛନ୍ତି । ଅର୍ଥ ଅଭାବରୁ ବଡ଼ ମେଡିକାଲରେ ଚିକିତ୍ସା କରାଇ ପାରୁନାହାନ୍ତି । ତେଣୁ ଜିଲ୍ଲା ପ୍ରଶାସନ ଆଗରେ ଅନୁରୋଧ କରୁଛନ୍ତି ଯେ ତାଙ୍କ ସ୍ତ୍ରୀ କେତିକି ବିଶୋଇ ଭଲ ଭାବରେ ଚିକିତ୍ସା ହୋଇପାରିବ ସେହି ଅପେକ୍ଷାରେ ଭଞ୍ଜ ବିଶୋଇ ସରକାରଙ୍କ ସହାୟତାକୁ ଅପେକ୍ଷାରେ ଚାହିଁ ବସିଛନ୍ତି ପରିବାର ।

About the author

Leave a Reply

Your email address will not be published. Required fields are marked *