କୋଭିଦ୍‌-୧୯ ପଜେଟିଭ୍‌ର ୨ ଚିହ୍ନଟଙ୍କୁ ବାଲେଶ୍ୱର ପଠାଇବାରେ ପ୍ରଶାସନ ନାକେଦମ୍‌

Spread the love

ଜଳେଶ୍ୱର, ୧୭/୭ : କୋଭିଦ୍‌-୧୯ ପଜେଟିଭ୍ ଚିହ୍ନଟ ହେଲେ ବାଲେଶ୍ୱରସ୍ଥିତ କୋଭିଦ୍ ହସ୍‌ପିଲାଲକୁ ଯିବା ସରକାରୀ ନିୟମ ରହିଛି । କିନ୍ତୁ ଜଳେଶ୍ୱର ପୌରାଞ୍ଚଳର ୨ ପରିବାରର ୩ ପଜେଟିଭ୍‌ଙ୍କୁ ବାଲେଶ୍ୱର ପଠାଇବାରେ ପ୍ରଶାସନକୁ ନାକେଦମ୍ ହେବାକୁ ପଡିଛି । ଜଳେଶ୍ୱର ପୌରପାଳିକାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଗତ ୧୫ ତାରିଖ ରାତିରେ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କୁ ନେବାଲାଗି ବାଳେଶ୍ୱରୁ ୧୦୪ ଆମ୍ବୁଲାନ୍ସ କୁ ନିୟୋଜିତ କରାଯାଇଥିଲା । କିନ୍ତୁ ୧୬ ତାରିଖ ଦିନ ୧ଟା ସୁଦ୍ଧା ୬ନଂ ୱାର୍ଡ ଦେଉଳି ପଂଚୁଘଣ୍ଟା ଗାଁରୁ ଏପରି ୩ ଚିହ୍ନଟ ବାଲେଶ୍ୱର ନ ଯିବାକୁ ଅଡିଧରି ବସିଥିଲେ । ଫଳରେ ଆମ୍ବୁଲାନ୍ସକୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡିଥିଲା । ମ୍ୟନିସିପାଲଟି ପକ୍ଷରୁ ବାରମ୍ବାର ସେମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଗୋଟିଏ ଗାଡିରେ ଏକାଧିକ ଯାଉଥିବା, କୋଭିଦ୍ ହସ୍‌ପିଟାଳରେ ରହିବା, ଖାଇବା, ସ୍ନାନ ସୌଚ କରିବା ଅସୁବିଧା ଦର୍ଶାଇ ସେମାନେ ନଯିବାକୁ ଜିଦ୍‌ଧରି ବସିଥିଲେ । ଶେଷରେ ଘଟଣା ସ୍ଥଳରେ ଜଳେଶ୍ୱର ଥାନା ଏଏସ୍‌ଆଇ ସତ୍ୟନାରାୟଣ ବଳ ଓ ଫୋସଁ ଆସି ଘଟଣା ସ୍ଥଳରେ ପହଞ୍ଚିଥିଲେ । ଫଳରେ ସେମାନେ ଯାଇଥିଲେ ମଧ୍ୟ ସେଠାରେ କୌଣସି ଅସୁବିଧା ନ ହେବା ପ୍ରଶାସନ ପ୍ରତିଶୃତ ଦେଇଥିବା ପ୍ରକାଶ । ଅନ୍ୟପକ୍ଷରେ ଏଠାରୁ ଯାଇଥିବା ସଂକ୍ରମିତ ବ୍ୟକ୍ତିମାନଙ୍କ ମଧ୍ୟରୁ ଅଧିକାଂଶ ରେମୁଣାସ୍ଥିତ ସିପେଡ ଇଞ୍ଜିନିଆରିଂ ସ୍କୁଲରେ ରହୁଥିବା ବେଳେ ସେଠାରେ କେତେକ ଅସୁବିଧା ହେଉଥିବା ଅଭିଯୋଗ ହୋଇଛି । କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।

ଜଳେଶ୍ୱର ସହରାଞ୍ଚଳରେ ଅଧିକ ସଂଖ୍ୟକ ଚିହ୍ନଟ ହୋଇଥିବା କରୋନା ପଜେଟିଭ୍ ଅଂଚଳରେ ଲୋକେ ଅସୁବିଧାରେ ରହୁଥିବା କୁହାଯାଇଛି । ଚିହ୍ନଟ ହୋଇଥିବା ଘରକୁ ଲୋକେ ବାସନ୍ଦ କରୁଛନ୍ତି ବୋଲି ଚନ୍ଦନ ଦାସ କହିଛନ୍ତି । ଚିହ୍ନଟ ହୋଇଥିବା ପରିବାରର ସମସ୍ତଙ୍କର ସ୍ୱାବ ପରୀକ୍ଷା ହେବା ନିତାନ୍ତ ଆବଶ୍ୟକ ବୋଲି ପୌରାଞ୍ଚଳରୁ ମତପ୍ରକାଶ ପାଇଛି । ବିଶେଷ କରି ଦେଉଳି ପଂଚୁଘଣ୍ଟା, ପଥରପୁରା, ପଂଚୁଘଣ୍ଟା, ସେକ୍‌ବାର୍ଡ, ଶାସନବାର୍ଡ ଅଂଚଳରେ ଏକାଧିକ କୋଭିଦ୍‌-୧୯ ପଜେଟିଭ୍ ବାହାରିଥିବାରୁ ସେ ସବୁ ଅଂଚଳରେ ସାନିଟାଇଜ୍ କରାଯିବାକୁ ମଧ୍ୟ ଦାବି କରାଯାଇଛି ।

About the author

Leave a Reply

Your email address will not be published. Required fields are marked *