ଲକଡାଉନରେ ଚେକିଂ ସଟଡାଉନ ଭଳି

Spread the love

ଜରୁରୀକାଳିନ ସେବାକୁ ଛାଡି ସବୁ ବନ୍ଦ
ମିଛ ପରିଚୟ ପତ୍ର ଦେଖାଇଲେ ବନ୍ଧାହେବ
ବିବାହ ଓ ଶୁଦ୍ଧକ୍ରିୟା ଲାଗି ପୁଲିସ ଅନୁମତି ଆବଶ୍ୟକ
ଅମାନିଆ ହେଲେ କଠୋର ହେବ ପୁଲିସ

ଭୁବନେଶ୍ୱର  ମହାମାରୀ କରୋନା ସଂକ୍ରମଣକୁ ରୋକିବା ଲାଗି ସରକାର ବାଧ୍ୟ ହୋଇ ଅଧିକ କରୋନା ପ୍ରବଣ ୪ଜିଲ୍ଲା ଓ ଗୋଟିଏ ମହାନଗର ନିଗମକୁ ଲକଡାଉନ ଘୋଷଣା କରିଛନ୍ତି । ଏହି ଜିଲ୍ଲା ଭିତରେ କଟକ ଓ ଭୁବନେଶ୍ୱର ଆସୁଛି । ଶୁକ୍ରବାର ରାତି ୯ଟାରୁ ଜୁଲାଇ ୩୧ମଧ୍ୟରାତ୍ର ପର୍ଯ୍ୟନ୍ତ ଏହି ଲକ୍ଡାଉନ୍ ବଳବତର ରହିବ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଓ କଟକରେରେ ଲକ୍ଡାଉନ୍କୁ କଡାକଡି କରାଯିବ । ନିୟମ ନମାନିଲେ କଡା ଦଣ୍ଡ ମିଳିବ ବୋଲି ପୁଲିସ କମିଶନର ଡ. ସୁଧାଂଶୁ ଶେଖର ଷଡଙ୍ଗୀ କହିଛନ୍ତି । ତେବେ ଲକଡାଉନକୁ ସଟଡାଉନ ନିୟମ ଭଳି ପୁଲିସ ଚେକିଂ କରୁଛି । ଯାହାକୁ ସହରବାସୀ ସ୍ୱାଗତ କରିଛନ୍ତି ।


ଗଣମାଧ୍ୟମକୁ ସୂଚନା ନେଇ କମିଶନର ଡ. ଷଡଙ୍ଗୀ କହିଛନ୍ତି, ରାଜ୍ୟଧାନୀରେ ସ୍ଥିତି ସ୍ୱାଭାବିକ ହୋଇନି । କରୋନା ନିୟନ୍ତ୍ରଣ ପାଇଁ ରାଜଧାନୀରେ ଲକ୍ଡାଉନ୍ କଡାକଡି ହେବ । ସତର୍କ ରହିବାକୁ ପଡିବ ଏବଂ ନିୟମ ମାନିବାକୁ ପଡିବ । କରୋନାକୁ ରୋକିବାକୁ ହେଲେ ନିୟମକୁ କଡାକଡି ଭାବେ ପାଳନ କରିବାକୁ ହେବ । ତେଣୁ ସହର ଭିତରକୁ ବାହାର ଲୋକଙ୍କ ପ୍ରବେଶ ଉପରେ କଣକଣା ଲଗାଯାଇଛି । ଏପରିକି ସହରରୁ ବାହାରକୁ ଯିବା ଲାଗି ମଧ୍ୟ ବାରଣ କରାଯାଇଛି । ଅତିଜରୁରି କାମ ଥିଲେ ପୁଲିସକୁ ଜଣାଇ ଅନୁମତି ନେଇ ଯାଇପାରିବେ । ଅତି ଆବଶ୍ୟକ ନଥିଲେ ପୁଲିସ ଅନୁମତି ମିଳିବନି । ଏଥିସହିତ ବିବାହ, ବ୍ରତ ଓ ଶୁଦ୍ଧିକ୍ରିୟା ଲାଗି ପୁଲିସ ଅନୁମତି ନେବାକୁ ବାଧ୍ୟତାମୂଳକ କରାଯାଇଛି ।
ସେହିପରି ଦିନ ଗୋଟାଏ ପର୍ଯ୍ୟନ୍ତ ଗ୍ରୋସରୀ, ପନିପରିବା, ମାଂସ, ଚିକେନ, ମାଛ, ଅଣ୍ଡା ଓ ଅନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲା ରହିବ । ତେଣୁ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଆଦି କୋଭିଡ ନିୟମ ମାନି ଦୋକାନକୁ ଯାଆନ୍ତୁ । ଯଦି କେହି ନିୟମ ଭାଙ୍ଗନ୍ତି, ତେବେ ଦୋକାନୀ ଓ ଗ୍ରାହକ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିଶେଷ କରି ଯଥାସମ୍ଭବ ଘର ପାଖ ଦୋକାନରୁ ଜିନିଷ କିଣିବାକୁ ଚେଷ୍ଠା କରନ୍ତୁ । ଅଯଥା ବାଇକ କିମ୍ବା କାର ବାହାର କରି ଦୂରକୁ ଯାଆନ୍ତୁ ନାହିଁ । ଯଦି କେହି ବାଇକ କିମ୍ବା କାର ନେଇ ମାର୍କେଟ ଯାଆନ୍ତି, ତେବେ ଗାଡିକୁ ସିଜ କରାଯିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ଅନଲାଇନ ସିପିଙ୍ଗକୁ ଅଧିକ ଗୁରୁତ୍ୱ ଦେବାକୁ କମିଶନର ପରାମର୍ଶ ଦେଇଛନ୍ତି ।
ଏହି ଲକଡାଉନ ସମୟରେ ସହରରେ ବ୍ୟାରିକେଡ କରାଯାଇ ପ୍ରତିଛକ ଓ ରାସ୍ତାରେ ଯାଂଚ କରାଯିବ । ତେଣୁ ଜରୁରୀକାଳିନ ସେବା ଯୋଗାଉଥିବା ମେଡିକାଲ ଷ୍ଟାଫ, ଗଣମାଧ୍ୟମ କର୍ମଚାରୀ, ବ୍ୟାଙ୍କ କର୍ମଚାରୀମାନେ ନିଜର ପରିଚୟ ପତ୍ର ଓ ସଂସ୍ଥା କର୍ତୃପକ୍ଷଙ୍କ ଚିଠି ଦେଖାଇ ଯାଇପାରିବେ । ଅନେକ ସମୟରେ କିଛି ଯୁବକ ମିଛ ଗଣମାଧ୍ୟମର ପରିଚୟପତ୍ର ଦେଖାଉଥିବା ବିଗତ ଦିନରେ ନଜରକୁ ଆସିଛି । ତେଣୁ ମିଛ ପରିଚୟପତ୍ର ଦେଖାଇଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମେଡିସିନ ଦୋକାନୀ ନିଜର ଟ୍ରେଡ ଲାଇସେନ୍ସ ଦେଖାଇପାରିବେ । ତେବେ ଗ୍ରୋସରୀ, ପରିବା ଦୋକାନୀଙ୍କ ଯା’ଆସ ଲାଗି ଏକ ହ୍ୱାଟ୍ସଆପ ଗ୍ରୁପ ରହିଛି । ସେଥିରେ ମେସେଜ କରି ଯିବା ଆସିବା କରିପାରିବେ ।
ସମସ୍ତ ଅଫିସ ବନ୍ଦ ରହୁଥିବା ବେଳେ ବ୍ୟାଙ୍କରେ ୨୫ ପ୍ରତିଶତ, ଆଇଟି ସଂସ୍ଥା ୧୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିପାରିବେ । ସରକାରୀ ଅଫିସର ଓ କର୍ମଚାରୀମାନେ ପରିଚୟ ପତ୍ର ଓ କର୍ତୃପକ୍ଷଙ୍କ ଚିଠି ଦେଖାଇ ପାରିବେ । ବିମାନ ବନ୍ଦର ଓ ରେଳଷ୍ଟେସନ କର୍ମଚାରୀଙ୍କୁ ଯିବାକୁ ଅନୁମତି ମିଳିବ । ହେଲେ ଅଫିସ ଯାଉଥିବା ବେଳେ କୌଣସି ଦୋକାନ-ବଜାରକୁ ଯିବାକୁ ଅନୁମତି ମିଳିବନି ।
ତେବେ ମାଲ ପରିବହନ ଲାଗି ଜାତୀୟ ରାଜପଥରେ ଗାଡ଼ି ଚଳାଚଳ କରାଯାଇପାରିବ । ଏପରିକି ଜାତୀୟ ରାଜପଥ କଥ ଢାବା ଖୋଲା ରହିବ, ହେଲେ ସେଠାରେ କେହି ଖାଇପାରିବେ ନାହିଁ । ସରକାରଙ୍କ ଏସବୁ ନିୟମକୁ ଖିôଲାପ ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଏଥିପାଇଁ ପୁଲିସକୁ ସ୍ୱତନ୍ତ୍ର କ୍ଷମତା ମିଳିଛି । ଜଣେ ଏଏସଆଇ ଓ ତତୁର୍ଦ୍ଧ ଅଫିସର ଓଡ଼ିଶା ପୁଲିସ ଆକ୍ଟର ଦଫା ୧୦୦ ଓ ଭାରତୀୟ ପିଙ୍ଗଳକୋର୍ଡର ଦଫା ୨୬୯, ୨୭୦ରେ ମାମଲା ରୁଜୁ କରି ଗିରଫ କରିପାରିବ ।

About the author

Leave a Reply

Your email address will not be published. Required fields are marked *