୫୯୧ ନୂଆ ଆକ୍ରାନ୍ତ, କରୋନା ନେଲା ଆଉ ୩ ମୁଣ୍ଡ

Spread the love

ଭୁବନେଶ୍ୱର: କରେନା ପୁଣି ଆଜି ଆଉ ୩ ମୁଣ୍ଡ ନେଇଛି । ମୃତକଙ୍କ ମଧ୍ୟରୁ ଦୁଇଜଣ ଗଞ୍ଜାମର ହୋଇଥିବା ବେଳେ ଜଣେ ଗଜପତିରୁ ବୋଲି ଜଣାପଡିଛି । ଗଞ୍ଜାମ ମୃତକଙ୍କ ମଧ୍ୟରେ ୬୩, ୬୦ ବର୍ଷର ପୁରୁଷ ହୋଇଥିବା ବେଳେ ଗଜପତିରୁ ଜଣେ ୪୮ ବର୍ଷିୟା ମହିଳା ଆକ୍ରାନ୍ତ ଅଛନ୍ତି ।ଏମାନେ କରୋନା ବ୍ୟତୀତ ଡାଇବେଟିସ ଓ ଅନ୍ୟ ରୋଗରେ ପୀଡିତ ଥିଲେ । ଏମାନେ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୮୬କୁ ବୃଦ୍ଧି ପାଇଛି । ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୫୨ରେ ପହଁଚିଛି । ଖୋର୍ଦ୍ଧାରେ ମୃତ୍ୟୂ ସଂଖ୍ୟା ୧୩, କଟକରେ ୮, ପୁରୀରେ ଦୁଇ ଓ ଅନୁଗୁଳ ଦୁଇ, ଯାଜପୁର, ସୁନ୍ଦରଗଡ଼, ଗଜପତି ୩, କେନ୍ଦ୍ରାପଡା, ଭଦ୍ରକ, ବରଗଡରୁ ଜଣେ ଲେଖାଏ ମୃତ୍ୟୁ ବରଣ କରିଛନ୍ତି । ସେହିପରି ଅନ୍ୟ କାରଣରୁ ୨୬ଜଣଙ୍କର ମୃତ୍ୟୁ ଘଟିଛି ।


ସେହିପରି ରାଜ୍ୟରେ ଆଜି ଆଉ ୫୯୧ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତମାନଙ୍କ ମଧ୍ୟରୁ ୩୯୪ଜଣ ବିଭିନ୍ନ ସଂଗରୋଧରେ ଥିବା ବେଳେ ୧୯୭ଜଣ ସ୍ଥାନୀୟ ଲୋକ ଅଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ହଜାର ୭୦୧କୁ ବୃଦ୍ଧି ପାଇଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୨୫୯ଜଣ ଚିକିତ୍ସା ହେଉଥିବା ବେଳେ ୧୧,୩୩୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୮୩ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ କାରଣରୁ ୨୬ଜଣଙ୍କର ମୃତ୍ୟୁ ଘଟିଛି । ତେବେ ୨୫ ଜିଲ୍ଲାରୁ ଏହି ୫୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୮୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ଜଣେ, ବାଲେଶ୍ୱରରୁ ୧୩, ବରଗଡ଼ ୩୫, ଭଦ୍ରକ ୩, ବଲାଙ୍ଗୀର ୯, ବୌଦ୍ଧ ୫, କଟକ ୩୮, ଦେବଗଡ ୩, ଢେଙ୍କାନାଳ ୯, ଗଞ୍ଜାମ ୧୮୨, ଜଗତସିଂହପୁର ୨୨, ଯାଜପୁର ୧୯, ଝାରସୁଗୁଡା ୫, କେନ୍ଦ୍ରାପଡା ୮, କେନ୍ଦୁଝର ୬, ଖୋର୍ଦ୍ଧା ୧୨୧, କୋରାପୁଟ ୪, ମାଲକାଗିଗରି ୮, ମୟୁରଭଞ୍ଜ ୨୨, ନବରଙ୍ଗପୁର ୨୨, ନୟାଗଡ ୧୧, ପୁରୀ ୬, ରାୟଗଡା ୧, ସମ୍ବଲପୁର ୨୦, ଓ ସୁନ୍ଦଗଡ଼ରୁ ୧୮ ଜଣ ଚିହ୍ନଟ ହୋଇଛନ୍ତି । ତେବେ ଅତ୍ୟାବଧି ରାଜ୍ୟରେ ମୋଟ ୩ଲକ୍ଷ ୭୭ ହଜାର ୮୯୩ଟି ସାମ୍ପୁଲ ପରୀକ୍ଷା କରାଯାଇଛି ।

About the author

Leave a Reply

Your email address will not be published. Required fields are marked *