୭୧୮ ନୂଆ ଆକ୍ରାନ୍ତ

Spread the love

ଭୁବନେଶ୍ୱର : ରାଜ୍ୟରେ ଆଜି ଆଉ ୭୧୮ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତମାନଙ୍କ ମଧ୍ୟରୁ ୪୭୯ଜଣ ବିଭିନ୍ନ ସଂଗରୋଧରେ ଥିବା ବେଳେ ୨୩୯ଜଣ ସ୍ଥାନୀୟ ଲୋକ ଅଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ହଜାର ୧୧୦କୁ ବୃଦ୍ଧି ପାଇଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୧୨୪ଜଣ ଚିକିତ୍ସା ହେଉଥିବା ବେଳେ ୧୦,୮୭୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୭୯ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ କାରଣରୁ ୨୪ଜଣଙ୍କର ମୃତ୍ୟୁ ଘଟିଛି । ତେବେ ୨୪ ଜିଲ୍ଲାରୁ ଏହି ୭୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୩୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।


ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୯ଜଣ, ବାଲେଶ୍ୱରରୁ ୯, ବରଗଡ଼ ୪, ଭଦ୍ରକ ୧୦, କଟକ ୩୨, ଢେଙ୍କାନାଳ ୬, ଗଜପତି ୨୧, ଗଞ୍ଜାମ ୨୩୧, ଜଗତସିଂହପୁର ୧୬, ଝାରସୁଗୁଡା ୨୪, କନ୍ଧମାଳ ୭, କେନ୍ଦ୍ରାପଡା ୪, କେନ୍ଦୁଝର ୨୮, ଖୋର୍ଦ୍ଧା ୧୫୦, କୋରାପୁଟ ୨୭, ମାଲକାଗିଗରି ୫୪, ମୟୁରଭଞ୍ଜ ୨୨, ନବରଙ୍ଗପୁର ଜଣେ, ନୟାଗଡ ୧୩, ପୁରୀ ୯, ରାୟଗଡା ୧୯, ସମ୍ବଲପୁର ୭, ସୋନପୁର ୫ ଓ ସୁନ୍ଦଗଡ଼ରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି । ତେବେ ଅତ୍ୟାବଧି ରାଜ୍ୟରେ ମୋଟ ୩ଲକ୍ଷ ୬୯ ହଜାର ୭୩୮ଟି ସାମ୍ପୁଲ ପରୀକ୍ଷା କରାଯାଇଛି ।

About the author

Leave a Reply

Your email address will not be published. Required fields are marked *