ଖୁସିଖବର : ଆଜି ଆଉ ୬୦୮ ଆକ୍ରାନ୍ତ ସୁସ୍ଥ

Spread the love

ଭୁବନେଶ୍ୱର : ସକାଳୁ ରାଜ୍ୟରେ ପୁଣି ୫୯୧ ପଜିଟିଭ ଚିହ୍ନଟ ହେବା ସହ ୩ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଥିଲା । ଯାହା ସମସ୍ତଙ୍କୁ ଭୟଭିତ କରିଥିଲା । ହେଲେ ଅପରାହ୍ନରେ ରାଜ୍ୟ ପାଇଁ ଆସିଛି ଖୁସି ଖବର । ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିିସତ ହେଉଥିବା ୬୦୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିଭଳି ରାଜ୍ୟରେ କରୋନା ଆକ୍ରାନ୍ତରେ ସୁସ୍ଥ ହେଲେଣି ୧୧ ହଜାର ୯୩୮ ଜଣ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭା ପକ୍ଷରୁ ସୂଚନା ମିଳିଛି । କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଆସନ୍ତୁ ଜାଣିବ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୭୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଯାଜପୁରରୁ ୮୪, ଖୋର୍ଦ୍ଧାରୁ ୫୦, କଟକରୁ ୪୨, କେନ୍ଦୁଝରରୁ ୨୩, ମାଲକାନଗିରିରୁ ୨୧, ମୟୂରଭଞ୍ଜରୁ ୧୨, ପୁରୀ ଓ ସୁନ୍ଦରଗଡରୁ ୧୫ ଜଣ ଲେଖାଏଁ, ବରଗଡରୁ ୧୧, କୋରାପୁଟରୁ ୯, କନ୍ଧମାଳରୁ ୮, ଜଗତସିଂହପୁରରୁ ୭, ଭଦ୍ରକରୁ ୫ ଗଜପତିରୁ ୩, ଢେଙ୍ଗାନାଳରୁ ଜଣେ, ଅନୁୁଗୁଳ, ବାଲେଶ୍ୱର ଓ ନବରଙ୍ଗପୁରରୁ ୬ ଜଣ ଲେଖାଏଁ, କେନ୍ଦ୍ରପଡା ଓ ସମ୍ବଲପୁରରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।


ସେହିଭଳି ଆଜି ଗଜପତି ଜିଲ୍ଲାରୁ ଜଣେ ୪୮ ବର୍ଷିୟ ବୟସ୍କ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଥିବାବେଳେ ଗଞ୍ଜାମ ଜିଲ୍ଲାରୁ ୨ ଜଣଙ୍କ ମୃତୁ୍ୟ ଘଟିଛି । ସେହିଭଳି ଆକ୍ରାନ୍ତମାନେ ହେଲେ କଟକ-୩୮, ଦେବଗଡ-୩-, ଢେ଼ଙ୍କାନାଳ-୯, ଗଞ୍ଜାମ-୧୮୨, ଜଗତସିଂହପୁର-୨୨, ଯାଜପୁର-୧୯, ଝାରସୁଗୁଡା-୫, କେନ୍ଦ୍ରାପଡା-୮, କେନ୍ଦୁଝର-୬, ଖୋର୍ଦ୍ଧା -୧୨୧, କୋରାପୁଟ-୪, ମାଲକାନଗିରି-୮, ମୟୁରଭଞ୍ଜ-୨୨, ନବରଙ୍ଗପୁର-୨୨, ନୟାଗଡ-୧୧ ଏବଂ ପୁରୀରେ ୬ କରୋନା ପଜିଟିଭ ଚିହ୍ନଟ କରାଯାଇଛି ।

About the author

Leave a Reply

Your email address will not be published. Required fields are marked *