ବାପାକୁ ମାରିଦେଲା ଡାକ୍ତର ପୁଅ

Spread the love

ଭୁବନେଶ୍ୱର : ଡାକ୍ତରଙ୍କୁ ଭଗବାନଙ୍କ ଚଳନ୍ତି ରୂପ ବୋଲି କୁହାଯାଏ । ବିଶେଷ କରି ଏହି କରୋନା ମହାମାରୀ ସମୟରେ ଡାକ୍ତରଙ୍କ ପ୍ରତି ସାଧାରଣ ଲୋକଙ୍କ ବିଶ୍ୱାସ, ସମ୍ମାନ ଏବଂ ଭଲ ପାଇବାକୁ ଆମେ ସମସ୍ତେ ହୃଦବୋଧ କରିଥିବା ନିଶ୍ଚୟ । ତେବେ ସନ୍ଦେହ ଯେ ଭଗବାନର ଉପମା ପାଉଥିବା ଡାକ୍ତରକୁ ସୈତାନ ସଜେଇ ଦିଏ, ଠିକ ଭୂଲର ପ୍ରଭେଦ ମଧ୍ୟରେ ଏକ ବିରାଟ ପାଚେରୀ ଠିଆ କରିପାରେ, ତାହା ଖଣ୍ଡଗିରି ଅଞ୍ଚଳରେ ଦେଖିବାକୁ ମିଳିଛି । ଜଣେ ଡାକ୍ତର ନିଜ ପତ୍ନୀ ବାପାଙ୍କ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ଶେଷରେ ଜନ୍ମକଲା ବାପାର ଜୀବନ ନେବାକୁ ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି । ଡାକ୍ତର ପୁଅର ମାଡ଼ରେ ବାପା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ରାଜକିଶୋର ଦାସ(୭୨)ଙ୍କର ମୃତ୍ୟୁ ଘଟିଛି । ପୁଲିସ ଏହି ଘଟଣାରେ ଅଭିଯୁକ୍ତ ପୁଅ ତଥା ଆୟୁଷ ଡାକ୍ତର ରଂଜନ ମିଶ୍ର(୪୧)ଙ୍କୁ ଗିରଫ କରିଛି ।


ଘଟଣାଟି ଏହିପରି, ଖଣ୍ଡଗିରି ଥାନା ଜଗମୋହନ ନଗର ପ୍ଲଟ ନମ୍ବର ୧୦୮୦ରେ ଅବସରପ୍ରାପ୍ତ କୃଷୀ ବିଭାଗ ଅଫିସର ରାଜ କିଶୋର ମିଶ, ପୁଅ ରଞ୍ଜନ, ବୋହୁ ଓ ଝିଅ ରଞ୍ଜିତାଙ୍କ ସହ ରହୁଥିଲେ । ରାଜକିଶୋରଙ୍କ ପତ୍ନୀଙ୍କ ବିୟୋଗ ପରେ ସେ ବୋହୂ ଓ ଦୁଇ ନାତିଙ୍କ ସହ ସମୟ କାଟୁଥିଲେ । ପୁଅ ରଞ୍ଜନ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଏକ ହସ୍ପିଟାଲରେ ଆୟୁଷ ଡାକ୍ତର ଭାବେ କାମ କରନ୍ତି । ତେବେ କିଛିଦିନ ହେଲା ବାପା ରାଜକିଶୋର ବୋହୂ ସହ ଅଧିକ ହସଖୁସି ହେବା ଓ ସାଙ୍ଗ ହୋଇ ବସି ଟିଭି ଦେଖିବା ଆଦିକୁ ରଞ୍ଜନ ସହିପାରୁନଥିଲା ।  ତାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ଏପରିକି ପତ୍ନୀଙ୍କ ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖିବା ଆରମ୍ଭ କରିଥିଲେ ।
ରଞ୍ଜନ ଆୟୁଷ ଡାକ୍ତର ଥିବାରୁ କରୋନା ଯୋଗୁଁ ପତ୍ନୀ ତାଙ୍କ ସହ ଯଥେଷ୍ଟ ସାମାଜିକ ଦୂରତା ରକ୍ଷା କରୁଥିଲେ । ବାରମ୍ବାର ତାଙ୍କୁ ସାନିଟାଇଜ ହେବାକୁ କହିବା ସହ ଦୁଇ ପୁଅଙ୍କ ସହ ସେ ଅନ୍ୟତ୍ର ଶୋଇବା ଆରମ୍ଭ କରିଥିଲେ । ପତ୍ନୀ ଅଲଗା ଶୋଇବାକୁ ରଞ୍ଜନ ଭିନ୍ନ ଦୃଷ୍ଟିରେ ଗ୍ରହଣ କରିଥିଲା । ବୃଦ୍ଧ ବାପା ଓ ପତ୍ନୀଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ଘରେ ପାଟିତୁଣ୍ଡ କରିଥିଲେ । ବେଶ କିଛିଦିନ ହେଲା ପରିବାର ମଧ୍ୟରେ ଅଶାନ୍ତି ଲାଗି ରହିଥିଲା । ଏହାକୁ ନେଇ ପତ୍ନୀକୁ ମାରଧର କରିବାକୁ ସେ ପ୍ରାୟ ମାସେ ହେବ ବାପ ଘରକୁ ପଳାଇଯାଇଛି । ଏବେ ଘରେ ବାପା ରଜକିଶୋର, ରଞ୍ଜନ ଓ ଭଉଣୀ ରଞ୍ଜିତା ରହୁଥିଲେ ।
ପରିବାରରେ ଅଶାନ୍ତି ଲାଗି ରହିବାରୁ ଗତ ୯ ତାରିଖରେ ରଞ୍ଜନ ଚାକିରୀ ଛାଡି ଦେଇଥିଲେ । ଗୁରୁବାର ମଧ୍ୟାହ୍ନରେ ଉକ୍ତ ଘଟଣାକୁ ନେଇ ବାପ ଓ ପୁଅ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏପରିକି ତାଙ୍କର ଦୁଇ ପୁଅ କାହାର ବୋଲି ରଞ୍ଜନ ବାପାକୁ ପ୍ରଶ୍ନ କରିଥିଲେ । ଏହାକୁ ନେଇ ଘରେ ତୁମୁଳକାଣ୍ଡ ସୃଷ୍ଟି ହୋଇଥିଲା । ବାପା ଏହାର ପ୍ରତିବାଦ କରିବାରୁ ସେ ତାଙ୍କୁ ମାଡ଼ ମାରିଥିଲେ । ତାଙ୍କ ଛାତି ଓ ପେଟକୁ ମାଡ଼ ମାରିବାରୁ ବାପା ରାଜକିଶୋର ଚେତାଶୂନ୍ୟ ହୋଇପଡିଥିଲେ । ପରେ ତାଙ୍କୁ ହସପିଟାଲରେ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । 
ଖବରପାଇ ଖଣ୍ଡଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁରୁ କରି ତଦନ୍ତ ଆରମ୍ଭ କରିଥିଲା । କୋଭିଡ ଟେଷ୍ଟ ପରେ ଶନିବାର ଶବ ବ୍ୟବଚ୍ଛେଦ କରାଯାଇଥିଲା । ଶବ ବ୍ୟବଚ୍ଛେଦ ପରେ ତାଙ୍କ ପଞ୍ଜରାରେ ଗଭିର ଆଘାତ ଲାଗିଥିବା ଜଣାପଡିଥିଲା । ଏହାକୁ ନେଇ ପୁଲିସ ଖୋଳତାଡ କରିବା ସହ ରଞ୍ଜନ ଓ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଥିଲା । ଜେରା ବେଳେ ରଞ୍ଜନ ଦୋଷ ସ୍ୱୀକାର କରିବା ସହ ଘଟଣା ସମ୍ପର୍କରେ ବୟାନ ଦେଇଥିଲା । ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁୂକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

About the author

Leave a Reply

Your email address will not be published. Required fields are marked *