ଅଲୋଡା ଶିଶୁ କନ୍ୟା: ପୁଣି ମାତୃତ୍ୱକୁ ଲାଗିଲା କଳଙ୍କ

Spread the love

ଫିରିଙ୍ଗିଆ, ୨୦/ଜୁଲାଇ: ପୁଣି ଅଲୋଡା ଶିଶୁକନ୍ୟା, ମାତୃତ୍ୱ ଆଗରେ ଲାଗିଲା କଳଙ୍କ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛିି ଫିରିଙ୍ଗିଆ ବ୍ଲକ ରଂତଙ୍ଗ ପଂଚାୟତର ରତଙ୍ଗ ଗ୍ରାମ କାଳୀ ମନ୍ଦିର ପାଖ କେନାଲରେ । ସୂଚନା ମୁତାବକ କୌଣସି ଏକ ଅଜଣା ମାତୃତ୍ୱ ରାତି ସମୟରେ ଗୋଟିଏ ଶିଶୁ କନ୍ୟା ଜନ୍ମ ଦେଲା ପରେ କାଳୀ ମନ୍ଦିର ରୁ ମାତ୍ର ୨୦ ରୁ ୨୫ ମିଟର ଦୂରରେ ଥିବା କେନାଲରେ ଫିଙ୍ଗି ଦେଇ ଚାଲିଯାଇଥିବା ଅନୁମାନ କରାଯାଉଛି । ତେବେ ଏହା ଏକ ଅବୈଧ ସମ୍ପର୍କ କିମ୍ବା ପ୍ରେମ ଜନିତ ସମ୍ପର୍କ ରୁ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି । ପ୍ରଶ୍ନ ଉଠୁଛି ସରକାର ଶିଶୁ କନ୍ୟା ପ୍ରତି ବିଭିନ୍ନ ପଦକ୍ଷେପ ନେଉଥିଲାବେଳେ ଫିରିଙ୍ଗିଆ ଅଂଚଳରେ ଏକାଧିକ ଶିଶୁ କନ୍ୟା ବାହାରେ ଫିଙ୍ଗାଯିବା ଘଟଣାକୁ ଅଂଚଳବାସୀ ତୀବ୍ର ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି । ଅନ୍ୟପଟେ ଫିରିଙ୍ଗିଆ ଥାନା ଭାରପ୍ରାପ୍ତ ଅଧିକାରୀ ପି. ଶ୍ୟାମ ସୁନ୍ଦର ରାଓ ଘଟଣା ସ୍ଥଳରେ ପହଂଚିବା ସହ ତଦନ୍ତ ଚାଲୁରହିଥିବା ଜଣାପଡିଛି । ପୂର୍ବରୁ ଫିରିଙ୍ଗିଆ ମେଡିକାଲ ପଛ ପଟେ ଜୀବନ୍ତ ଶିଶୁ କନ୍ୟା ଉଦ୍ଧାର କରି ଥିବାବେଳେ ବର୍ତମାନ ରତଙ୍ଗ ନାଳରେ ମୃତ ଶିଶୁ କନ୍ୟା ଉଦ୍ଧାର କରାଯାଇଛି ।

About the author

Leave a Reply

Your email address will not be published. Required fields are marked *