ଆଦିତ୍ୟ ମୃତ୍ୟୁ ଘଟଣାରେ ଭିନ୍ନମୋଡ

Spread the love

ଥାନାରେ ଜେରା ହେବେ ବିଦ୍ୟାଶ୍ରୀ !

ଭୁବନେଶ୍ୱର: ଆଦିତ୍ୟ ଦାସ ମୃତ୍ୟୁ ଘଟଣାକୁ ଦିନକୁ ଦିନ ସସ୍ପେନ୍ସ ଲାଗି ରହିଥିବାବେଳେ ପୁଲିସ ହାତରେ ଲାଗିିଛି ଗୁୁରୁତ୍ୱପୂର୍ଣ୍ଣ ତଥ୍ୟ । ଖୁବଶୀଘ୍ର ବିଦ୍ୟାଶ୍ରୀଙ୍କୁ ଥାନାରେ ଜେରା କରିବ ରେଳବାଇ ଥାନା ପୁଲିସ । ଖାଲି ସେତିକି ନୁହେଁ, ପପୁ ଓ ବିକାଶଙ୍କୁ ମଧ୍ୟ ଖୁବଶୀଘ୍ର ଜେରା କରିବ ପୁଲିସ । ଆଦିତ୍ୟଙ୍କ ଡାଏରୀର ଶେଷ ଦୁଇ ଫର୍ଦ୍ଧରେ ବିଦ୍ୟାଶ୍ରୀଙ୍କ ହାତଲେଖାକୁ ନେଇ ବଢ଼ୁଛି ଅନେକ ସନେ୍ଦହ । ବିଦ୍ୟାଶ୍ରୀ ବାରମ୍ବାର ବୟାନ ବଦଳାଇବା ପରେ ତଦନ୍ତକାରୀ ଅଫିସରଙ୍କ ପାଇଁ ସନେ୍ଦହ ଅଧିକ ଘନିଭୂତ ହେବାରେ ଲାଗିିଛି । ତଦନ୍ତକାରୀ ଅଫିସର କହିଛନ୍ତି ଯେ, ଆଦିତ୍ୟଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକେ ଭାଙ୍ଗି ପଡିଥିଲେ । ଆଦିତ୍ୟଙ୍କ ଶୁ୍ଦ୍ଧିକି୍ରୟା ସରିଯାଇଛି । ଆମେ ଆଦିତ୍ୟଙ୍କ ଘରକୁ ଯାଇ ଜେରା କରିଥିଲୁ କିନ୍ତୁ ଆଉ ନୁହେଁ, ଖୁବଶୀଘ୍ର ବିଦ୍ୟାଶ୍ରୀଙ୍କୁ ଥାନାକୁ ଡାକି ଜେରା କରାଯିବ ବୋଲି ତଦନ୍ତକାରୀ ଅଫିସର କହିଛନ୍ତି । ଖାଲି ସେତିକି ନୁହେଁ ସ୍ୱାମୀ-ସ୍ତ୍ରୀଙ୍କ ଝଡଡା ମୃତ୍ୟୁର କାରଣ ହୋଇପାରେ ବୋଲି ଆମେ ସନେ୍ଦହ କରୁଛୁ । ଏହି ଘଟଣାକୁ କିନ୍ତୁ ବିଦ୍ୟାଶ୍ରୀ ଲୁଚାଇଥିଲେ । ପୁଣି ପୁଲିସ ତାଙ୍କୁ ଜେରା କରିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ତଦନ୍ତକାରୀ ଅଫିସର ଆଶା ରଖିଛନ୍ତି । ସେହିପରି ପୂର୍ବରୁ ପପୁ ଓ ବିକାଶ ସହ ୩୫ଜଣଙ୍କୁ ପଚରାଉଚରା କରାଯାଇଛି । ଏଥିସହିତ ଘର ମାଲିକ ଓ ଅନ୍ୟତମ ବନ୍ଧୁ ପ୍ରୀତମକୁ ମଧ୍ୟ ଜେରା କରାଯାଇଛି । ଜେରା ବେଳେ ଘଟଣାଦିନ କ’ଣ ଘଟିଲା, ଆଦିତ୍ୟ ଓ ବିଦ୍ୟାଶ୍ରୀଘରୁ କେତେ ବେଳେ ଗଲେ, ସେନେଇ ପୁଲିସ ତଥ୍ୟ ସଂଗ୍ରହ କରିଛି । ସେହିପରି ଆଦିତ୍ୟ ଓ ପିପୁଲ ଫର ସେବା ନାଁରେ ଥିବା ବ୍ୟାଙ୍କ ଆକାଉଂଟକୁ ପୁଲିସ ଯାଚଂ ଖୋଳତାଡ କରୁଛି ପୁଲିସ ।

About the author

Leave a Reply

Your email address will not be published. Required fields are marked *