ଋାଜ୍ୟରେ ୫୧୫ କୋରୋନା ସଂକ୍ରମିତ ସୁସ୍ଥ ହେଲେ

Spread the love

ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୫୧୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଏହା ସହ ରାଜ୍ୟରେ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧୨୪୫୨ରେ ପହଂଚିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଟ୍ୱିଟ କରି ଏହି ସୂଚନା ଦିଆ ଯାଇଛି । ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ଗଂଜାମ ଜିଲ୍ଲାରେ ସବୁଠାର ଅଧିକ ୧୯୯ ସୁସ୍ଥ ହୋଇଥିବାବେଳେ ଖୋର୍ଧା ଜିଲ୍ଲାରେ ୮୦, ଯାଜପୁର ଜିଲ୍ଲାରେ ୪୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ସୁନ୍ଦରଗଡରେ ୩୭, କଟକରେ ୨୮. କେନ୍ଦୁଝରରେ ୨୦, ଜଗତସିଂହପୁରରେ ୧୮, ବାଲେଶ୍ୱରରେ ୧୫, ଝାରସୁଗୁଡା ଓ ବରଗଡରେ ୧୩-୧୩ ଜଣ ସୁସ୍ଥ ହୋଇଛନ୍ତି । ମୟୁରଭଂଜ ଜିଲ୍ଲାରେ ୯. ରାୟଗଡା ଓ ବଲାଙ୍ଗୀରରେ ୮-୮, ଭଦ୍ରକରେ ୭-୭ ତଥା ଗଜପତି ଓ ପୁରୀରେ ୬-୬ ଜଣ ସୁସ୍ଥ ହୋଇଛନ୍ତି । କୋରାପୁଟରେ ୫. ଅନୁଗୁଳ ଓ କେନ୍ଦ୍ରାପଡାରେ ୧-୧ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

About the author

Leave a Reply

Your email address will not be published. Required fields are marked *