କରୋନାରେ ବିଶ୍ୱରେ ୬ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ

Spread the love

ନୂଆଦିଲ୍ଲୀ : ମାରାତ୍ମକ କରୋନାରେ ରବିବାର ସକାଳ ସାଢ଼େ ୬ଟା ଯାଏଁ ସମଗ୍ର ବିଶ୍ୱରେ ୧ କୋଟି ୪୪ ଲକ୍ଷ ୨୨ ହଜାର ୯୧ ଜଣ ସଂକ୍ରମିତ ହୋଇସାରିଥିବା ବେଳେ ୬ ଲକ୍ଷ ୪ ହଜାର ୮୧୮ ଜଣଙ୍କର ମୃତ୍ୟୁ ହୋଇଛି ।

ଅପରପକ୍ଷେ ୮୬ ଲକ୍ଷ ୧୧ ହଜାର ୧୯୯ ଜଣ ସୁସ୍ଥ ହୋଇଥିବା ବେଳେ ୫୨ ଲକ୍ଷ ୬ ହଜାର ୭୪ ଲୋକ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୫୯ ହଜାର ୯୧୦ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି । ଯୁକ୍ତରାଷ୍ଟ୍ର ଆମେରିକାରେ ୩୮ ଲକ୍ଷ ୩୩ ହଜାର ୨୭୧ ଜଣ ଲୋକ ସଂକ୍ରମିତ ହୋଇଥିବା ବେଳେ ୧ ଲକ୍ଷ ୪୨ ହଜାର ୮୭୭ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଏଠାରେ ୧୭ ଲକ୍ଷ ୭୫ ହଜାର ୨୧୯ ଜଣ ସୁସ୍ଥ ହୋଇଥିବା ବେଳେ ୧୯ ଲକ୍ଷ ୧୫ ହଜାର ୧୭୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । କିନ୍ତୁ ୧୬ ହଜାର ୬୭୩ ଜଣଙ୍କର ଅବସ୍ଥା ଗୁରୁତର ଅଛି ।

About the author

Leave a Reply

Your email address will not be published. Required fields are marked *