ଗତ 24 ଘଣ୍ଟା ମଧ୍ୟରେ ସୁସ୍ଥ ହୋଇଛନ୍ତି 23,600ରୁ ଅଧିକ ସଂକ୍ରମିତ

Spread the love
  • ସକ୍ରିୟଙ୍କ ଠାରୁ ସୁସ୍ଥଙ୍କ ସଂଖ୍ୟା 3 ଲକ୍ଷରୁ ଉର୍ଦ୍ଧ୍ଵ
  • ପ୍ରତି 10 ଲକ୍ଷରେ ପ୍ରାୟ 10 ହଜାର ନମୁନା ପରୀକ୍ଷା

କେନ୍ଦ୍ର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସକ୍ରିୟ ପଦକ୍ଷେପ ଯୋଗୁଁ କୋଭିଡ-19 ସଂକ୍ରମିତ ମାମଲାଗୁଡିକ ଶୀଘ୍ର ଚିହ୍ନଟ ହୋଇପାରୁଛି । ଷ୍ଟାଣ୍ଡାର୍ଡ ଅଫ କେୟାର ପ୍ରୋଟୋକଲ ମାଧ୍ୟମରେ ମଧ୍ୟମ ଏବଂ ଗୁରୁତର ମାମଲାଗୁଡ଼ିକର ପ୍ରଭାବଶାଳୀ ଚିକିତ୍ସା ପରିଚାଳନା କରୋନା ରୋଗୀଙ୍କ ମଧ୍ୟରେ ଉନ୍ନତ ସୁସ୍ଥ ହାରକୁ ସୁନିଶ୍ଚିତ କରୁଛି ।

ଗତ 24 ଘଣ୍ଟା ମଧ୍ୟରେ 23,600 କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ସକ୍ରିୟ ରୋଗୀ ଓ ଆରୋଗ୍ୟଙ୍କ ମଧ୍ୟରେ ପାର୍ଥକ୍ୟ 3,40,043କୁ ବୃଦ୍ଧି ପାଇଛି । ବର୍ତ୍ତମାନ ମୋଟ 6,77,422 ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ଏହି ହାର ଶତକଡା 62.86କୁ ବୃଦ୍ଧି ପାଇଛି । ସମସ୍ତ ରୋଗୀଙ୍କୁ ବିଭିନ୍ନ ହସ୍ପିଟାଲ ଓ ଘରୋଇ ଏକାନ୍ତବାସରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି ।

ଦେଶର ନମୁନା ପରୀକ୍ଷା ଭିତ୍ତିଭୂମି ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଆଇସିଏମଆର ପକ୍ଷରୁ ପଞ୍ଜୀକୃତ ଚିକିତ୍ସକମାନଙ୍କୁ ନମୁନା ପରୀକ୍ଷା ସୁପାରିଶ ପାଇଁ ଅନୁମତି ଦିଆଯାଇଛି । ରାପିଡ ଆଣ୍ଟିଜେନ ପଏଣ୍ଟ ଅଫ କେଆର (ପିଓସି) ସହ ବହୁଳ ଭାବେ ଗୋଲ୍ଡ ଷ୍ଟାଣ୍ଡାର୍ଡ ଆରଟିପିସିଆର ଟେଷ୍ଟ ଯୋଗୁଁ କେବଳ ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ 3,58,127ଟି ନମୁନା ପରୀକ୍ଷା କରାଯାଇପାରିଛି । ଏପର୍ଯ୍ୟନ୍ତ ଦେଶରେ 1,37,91,869 ନମୁନା ପରୀକ୍ଷା କରାଯାଇଛି, ପ୍ରତି 10 ଲକ୍ଷ ଜନସଂଖ୍ୟାରେ ଏହାର ହାର 9994.1 । ଏହାଛଡା ଦେଶରେ ପରୀକ୍ଷାଗାରର ସୁବିଧା ମଧ୍ୟ ବୃଦ୍ଧି ପାଉଛି । 889 ସରକାରୀ ଓ 373ଟି ଘରୋଇ ଏହିପରି ମୋଟ 1262ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି ।

କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA ।

ଏ ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19@gov.in ଏବଂ ncov2019@gov.in ଏବଂ @CovidIndiaSeva କୁ ପଠାଇ ପାରିବେ ।

କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ ।

About the author

Leave a Reply

Your email address will not be published. Required fields are marked *