ବାଲେଶ୍ୱର ୧୯/ଜୁଲାଇ : ‘ଅଙ୍ଗଦାନ ଏକ ମହତ ଦାନ’ ଏହି ଉକ୍ତି କୁ ଯଥାର୍ଥ କରିଛନ୍ତି ବାଲେଶ୍ୱରର ‘ଦି ନ୍ୟୁ ହୋପ୍’ ର ଚାରି ଜଣ ସଦସ୍ୟ । ନିକଟରେ ସଂଗଠନର ସଭାପତି ସଂଗ୍ରାମ ପଣ୍ଡା ନିଜର ଅଙ୍ଗଦାନ ପାଇଁ ଘୋଷଣା କଲା ପରେ ତାଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସଂଗଠନର ସଦସ୍ୟ ବୃଦ୍ଧରାମ ମହାଳିକ, ରଂଜିତା ପ୍ରଧାନ, ଦେବବ୍ରତ ନାୟକ ଏବଂ ଚନ୍ଦନା ରାଣି ସାହୁ ସେମାନଙ୍କର ମୃତ୍ୟୁ ପରେ ଶରୀର ଏକ ପ୍ରମୁଖ ଅଙ୍ଗ ଯଥା ହାର୍ଟ, କିଡ୍ନୀ, ଆଖି, ଲିଭର ଇତ୍ୟାଦି ଦାନ କରି ଅନ୍ୟ ଜଣଙ୍କୁ ନୂତନ ଜୀବନ ଦେବାପାଇଁ ମୋହନ ଫାଉଣ୍ଡେସନ୍ ନାମକ ଅଙ୍ଗଦାନ ଗ୍ରହଣ କରୁଥିବା ଏକ ସ୍ୱୀକୃତି ପ୍ରାପ୍ତ ସଂସ୍ଥା ସହ ଚୁକ୍ତି କରିବା ସହ ନିଜର ପ୍ରମାଣ ପତ୍ର ମଧ୍ୟ ହାସଲ କରିଛନ୍ତି ।

ସମାଜରେ ଅବହେଳିତ ଏବଂ ନିଷ୍ପେସିତ ଲୋକମାନଙ୍କ ପାଇଁ ସର୍ବଦା କାର୍ଯ୍ୟକରି ଆସୁଥିବା ସଂଗଠନ ଦି ନ୍ୟୁ ହୋପ୍’ ଭବିଷ୍ୟତରେ ମଧ୍ୟ ଅଙ୍ଗଦାନ, ରକ୍ତଦାନ ଏବଂ ଅନ୍ୟାନ୍ୟ ସମାଜ କଲ୍ୟାଣ କାର୍ଯ୍ୟ ଜାରୀ ରଖିବ ବୋଲି ସଂଗଠନର ସମ୍ପାଦକ ଅଶ୍ୱନୀ ଦାସ କହିଛନ୍ତି । ଦୀର୍ଘ ଦିନ ଧରି ଅଙ୍ଗଦାନ କରିବାକୁ ଆଶାକରି ଚେଷ୍ଟା କରୁଥିବାବେଳେ ‘ଦି ନ୍ୟୁ ହୋପ୍’ ତାଙ୍କର ସ୍ୱପ୍ନ କୁ ପୂରଣ କରିପାରିଛି ବୋଲି ଅଙ୍ଗଦାନ କରିଥିବା ସଦସ୍ୟ ରଂଜିତା ପ୍ରଧାନ କହିଛନ୍ତି ।