ଲକ୍ଷ ଲକ୍ଷ ଟଙ୍କାର ପୋଚ ନଷ୍ଟ: ଭାଟି ଭାଙ୍ଗିଲେ ବାଲିଗୁଡା ପୋଲିସ ଓ ମା ଗ୍ରୁପ

Spread the love

ବାଲିଗୁଡା, ୨୦/ଜୁଲାଇ: କନ୍ଧମାଳ ଜିଲ୍ଳା ବାଲିଗୁଡା ଥାନା ଅନ୍ତର୍ଗତ ଆଡିମାହା ପଂଚାୟତ ଲିଙ୍ଗେରୀ ସାହିରେ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଲକ୍ଷ ଲକ୍ଷ ଟଙ୍କାର ପୋତ ନଷ୍ଟ କରିବା ସହ ମଦ ରନ୍ଧା ହେଉଥିବା ଭାଟିକୁ ଭାଙ୍ଗିଲେ ଗୃପ୍ ମହିଳା । ଏହି ଗ୍ରାମରେ ପୂର୍ବରୁ ଗୃପ୍ ମା ମାନେ ଏକତ୍ରିତ ହୋଇ ମଦ ରନ୍ଧାଳି ଓ ମଦ ବିକୁଥିବା ଲୋକଙ୍କୁ ବୁଝାଇ ଆସୁଥିଲେ । ଏହାକୁ କେତେକ ଅମାନିଆ ନ ମାନିବାରୁ ସକାଳୁ ବାଲିଗୁଡା ଥାନାକୁ ଖବର ଦେଇଥିଲେ । ଶେଷରେ ବାଲିଗୁଡା ଥାନା ଏସ୍‌ଆଇ କୁଳମଣି ରାଉତ ଓ ଏକ ଟିମ୍‌, ମା ଗୃପ୍‌ଙ୍କ ଚଢାଉରେ ଭାଟି ଭାଙ୍ଗିବା ସହ ପୋତ ନଷ୍ଟ କରାଯାଇଛି ଏବଂ ମଦ ରାନ୍ଧୁଥିବା ଲୋକଙ୍କ ନାମରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ବାଲିଗୁଡା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ।

About the author

Leave a Reply

Your email address will not be published. Required fields are marked *