ଡେଲାଙ୍ଗ,୧୯ା୭ : ଫଣି ମହାବାତ୍ୟାର ମହାବିଭିଷିକା ମଧ୍ୟରେ ପୁରୀ ଜିଲ୍ଲାପ।।ଳ ଦାୟତ୍ୱ ଗ୍ରହଣ କରିଥିବା ବଲଓନ୍ତ ସିଂ ଦେଶର ସର୍ବୋତ୍ତମ ପ୍ରଶାସକଙ୍କ ମଧ୍ୟରେ ୭ମ ସ୍ଥାନ ଅଧିକାର କରୀ ପୁରୀ ଜିଲ୍ଲାବାସୀଙ୍କୁ ଗୌରବାନ୍ୱିତ କରଥିବା ବିଭିନ୍ନ ମହଲରେ ଚର୍ଚ୍ଚାରୁ ସୂଚନା ମିଳିଛି । ଭାରତୀୟ ପ୍ରଶାସନିକ ଅଧିକାରୀଙ୍କ ୨୦୧୯-୨୦ ବର୍ଷର କାର୍ଯ୍ୟଧାରା ସମ୍ପର୍କିତ ରିପୋର୍ଟ ଆଧାରରେ କେନ୍ଦ୍ର ସରକାର ସର୍ବୋତମ ୫୦ ଅଧିକାରୀଙ୍କ ତାଲିକା ପସ୍ତୁତ କରିଥିଲେ । ଏହି ତାଲିକାରେ ପୁରୀ ଜିଲ୍ଲାପାଳ ଶ୍ରୀ ସିଂ ୭ମ ସ୍ଥାନରେ ରହିଛନ୍ତି । ରାଜସ୍ଥାନର ବାର୍ମର ଜିଲ୍ଲା କାଲେଓା ଗ୍ରାମର ଏକ ଏକ ଚାଷୀ ପରିବାରରେ ଜନ୍ନିତ ପୁର୍ଣ୍ଣନାମ ବଲଓନ୍ତ ସିଂ ମାହେଚା ପୁରୀ ଜିଲାପାଳ ଭାବେ ୨୦୧୯ ମଇ ୬ ତାରିଖରେ ଅବସ୍ଥାପିତ ହୋଇ ଫଣି ପ୍ରପୀଡିତ ଜନସ।।ଧାରଣ ,ବିପର୍ଯ୍ୟସ୍ଥ ପରିବେଶର ପୁନଃରୁଦ୍ଧାର କାମରେ ମନୋ ନିବେଶ କରି ଜିଲ୍ଲାବାସୀଙ୍କ ପ୍ରିୟଭାଜନ ହୋଇଥିଲେ ।ଏଥି ସହ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରୁ ୭୫ ମିଟର ଜମିରୁ ମଠ ଅବରୋଧ ହଟାଇବା ଭଳି ଗୁରୁତର ଆହ୍ୱାନର ସମ୍ମୁଖୀନ ହୋଇ ମଧ୍ୟ ଧୈର୍ଯ୍ୟର ସହ କାମ କରି ସଫଳତା ଅର୍ଜନ କରିପାରିଛନ୍ତି । ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ କୋଭିଡ୍ -୧୯ ସୁରକ୍ଷା କଟକଣା ମଧ୍ୟରେ ୨୦୨୦ ପୁରୀ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସୁରୁଖୁରୁରେ ସଂପନ୍ନ କରାଇବା ଆଦି ମାନଦଣ୍ଡକୁ ନେଇ ପୁରୀ ଜିଲ୍ଲାପାଳ ଶ୍ରୀ ସିଂଙ୍କୁ ଏହି ସମ୍ମାନପ୍ରାପ୍ତ ହୋଇଥିବା ସୂଚନା ମିଳିଛି । ସର୍ବୋତମ ଭାରତୀୟ ପ୍ରଶାସନିକ ଅଧିରକାରୀ ଭାବେ ପୁରୀ ଜିଲ୍ଲାପାଳଙ୍କୁ କେନ୍ଦ୍ର ସରକାର ମନୋନିତ କରିଥିବାରୁ , ତାଙ୍କର ଏହି ଦକ୍ଷତା ପାଇଁ ମେକ୍ ଇନ୍ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର ,ଡେଲାଙ୍ଗ ପକ୍ଷରୁ ପୁରୀ ଜିଲ୍ଲାଫାଳ ଶ୍ରୀ ସିଂ କୁ ଅଭିନନ୍ଦନ ଜଣାଇଛନ୍ତି ।
About the author
Related Posts

October 30, 2020
କୋରାପୁଟରେ ୬୫ବର୍ଷର ବୃଦ୍ଧାଙ୍କୁ ଗଣଦୁଷ୍କର୍ମ

November 8, 2020
ଟେରାକୋଟା ପ୍ରଦର୍ଶନୀ: ଆକର୍ଷଣ ସାଜିଛି ମାଟି କଳାକୃତି
