ପାରାଦ୍ୱୀପ ତା୧୯/୦୭: ପାରାଦ୍ୱୀପର ୩ଗୋଟି ମାଲିକ ସଂଘକୁ ନେଇ ଗଠିତ ଜଏଣ୍ଟ କୋଡିନେସନ କମିଟି(ଜେସିସି) ପାରାଦ୍ୱୀପ ଇଫ୍କୋ ସାରକାରଖାନାରୁ ଧାନମଣ୍ଡଳ ରେଲୁୱେ ସାଇଡିଂକୁ ସାର ପରିବହନ ନେଇ ଇଫକୋ ବିରୁଦ୍ଧରେ ଯେଉଁ ଅଭିଯୋଗ କରାଯାଉଛି । ତାହା ଭିତ୍ତିହୀନ ବୋଲି କହିଛନ୍ତି ଇଫକୋ ୟୁନିଟ୍ ହେଡ୍ କେ.ଜେ.ପଟେଲ । ସମଗ୍ର ଦେଶରେ କୋଭିଡ୍-୧୯ ସମୟରେ ସରକାର କୃଷି ଓ କୃଷକଙ୍କ ପାଇଁ ଗୁରୁତ୍ୱ ଦେଉଥିବା ବେଳେ ସାରର ମଧ୍ୟ ଆବଶ୍ୟକତା ରହିଛି । ଦେଶରେ ସାରର ଆବଶ୍ୟକତା ବଢିବାରେ ଲାଗିଛି । ଦେଶର ସାରର ଆବଶ୍ୟକତାକୁ ଦେଖି ଦେଶର ୧୪ଗୋଟି ରାଜ୍ୟକୁ ସାର ପରିବହନ କରୁଛି ଇଫକୋ ପାରାଦ୍ୱୀପ ୟୁନିଟ୍ ଶ୍ରୀ ପଟେଲ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି ଯେ ପାରାଦ୍ୱୀପ ରଙ୍ଗିଆଗଡ ରେଲୁୱେ ସାଇଡିଂ ରେ ଆବଶ୍ୟକତା ଅନୁଯାୟୀ ରେଲୁୱେ ରେକ୍ ମିଳୁପାରୁନାହଁ । ସେଥିପାଇଁ ଧାନମଣ୍ଡଳ ରେଲୁୱେ ସାଇଡିଂ କୁ ଟ୍ରକ୍ (କଣ୍ଟେନର) ମାଧ୍ୟମରେ ସାର ପଠାଇବା ପାଇଁ ଇଫକୋ କର୍ତ୍ତୃପକ୍ଷ ପାରାଦ୍ୱୀପ ପରିବହନ ପ୍ରାଇଭେଟ୍ ଲିମିଟେଡ୍କୁ କାର୍ଯ୍ୟାଦେଶ ଦେଇଛନ୍ତି । ପାରାଦ୍ୱୀପ ପରିବହନ ସାରନେଇ ପାରାଦ୍ୱୀପ ଗଡ ଓୟାର ହାଉସ୍ରେ ସାର ବ୍ୟାଗିଂ କରି ଧାନ ମଣ୍ଡଳକୁ ଟ୍ରେଲର କଣ୍ଟେନର ଯୋଗେ ପରିବହନ କରୁଛି । ବର୍ଷାରୁ ସାର ବସ୍ତାକୁ ରକ୍ଷା କରିବା ତଥା ସୁରକ୍ଷିତ ଭାବେ ସାର ପରିବହନ ପାଇଁ ପାରାଦ୍ୱୀପ ପରିବହନ ସଂସ୍ଥା ତତ୍ପର ହୋଇଛି । ସୁରକ୍ଷିତ ଭାବେ ସେମାନେ ସାର ପରିବହନ ମଧ୍ୟ କରୁଥିବା ଶ୍ରୀ ପଟେଲ କହିଛନ୍ତି । ୨୦୦୮ ମସିହାରେ ଇଫକୋ ଓ ଜେସିସି ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ଜେସିସି ପଶ୍ଚିମବଙ୍ଗ, ଝାଡଖଣ୍ଡ ସମେତ ଓଡିଶାର ସମସ୍ତ ଜିଲ୍ଲାକୁ ସାର ପରିବହନ କରୁଛି । ୨୦୦୮-୦୯ ଆର୍ଥିକ ବର୍ଷରେ ଜେସିସି ୯୪,୨୩୧ଏମ୍ଟି, ୨୦୦୯-୧୦ରେ ୪୦,୫୬୯ଏମ୍ଟି, ୨୦୧୦-୧୧ରେ ୮୦.୩୨୭ଏମ୍ଟି, ୨୦୧୧-୧୨ରେ ୬୮.୪୨୮ଏମ୍ଟି,୨୦୧୨-୧୩ରେ ୩୧.୬୫୦ଏମ୍ଟି,୨୦୧୩-୧୪ରେ୧୩.୫୬୦ଏମ୍ଟି,୨୦୧୪-୧୫ରେ୨୫.୭୦୨ଏମ୍ଟି,୨୦୧୫-୧୬ରେ୪୧.୨୯୩ଏମ୍ଟି,୨୦୧୬-୧୭ରେ ୧୭.୫୫୦ଏମ୍ଟି, ୨୦୧୭-୧୮ରେ ୨୮.୦୩୯ଏମ୍ଟି, ୨୦୧୮-୧୯ରେ ୮୯.୧୫୬ଏମ୍ଟି, ୨୦୧୯-୨୦ରେ ୧.୨୬,୫୩୨ଏମ୍ଟି, ୨୦୨୦-୨୧ ଜୁନ୍ ମାସ ସୁଦ୍ଧା ୮୫.୦୮୦ଏମ୍ଟି ସାର ପରିବହନ କରିଛନ୍ତି । ଜେସିସି ଯେଉଁ ଅଭିଯୋଗ କରିଛି ତାହା ଭିର୍ତ୍ତି ହୀନ । ଇଫକୋ ସାର ଜେସିସି ପରିବହନ କରି ପୁଣି ବିରୋଧ କରିବା ମନ୍ଦ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି । ଇଫକୋ ସବୁବେଳେ କୃଷକ ମାନଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେବା ସହ ସ୍ଥାନୀୟ ଟ୍ରକ୍ ମାଲିକଙ୍କୁ ମଧ୍ୟ ଅଗ୍ରାଧିକାର ଦେଉଥିବା ଶ୍ରୀ ପଟେଲ କହିଛନ୍ତି । ସାର ସୁରକ୍ଷିତ ଓ ସ୍ୱଳ୍ପ ସମୟ ମଧ୍ୟରେ କୃଷକଙ୍କ ପାଖରେ ପହଁଞ୍ôଚାଇବା ଇଫକୋ ଲକ୍ଷ ଅଟେ । ତେଣୁ ଜେସିସି ଆଗାମୀ ଦିନରେ ସାର ପରିବହନରେ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି ।
About the author
Related Posts


July 23, 2020
ଅସହାୟଙ୍କ ସାହା ପାଲଟିଛନ୍ତି ସମାଜସେବୀ ନାରାୟଣ ମହାପାତ୍ର

October 22, 2020