ନିଦାବିଷ୍ଣୁ ସାଜିଛନ୍ତି ପୌର ଅଧିକାରୀ

Spread the love

ନବରଙ୍ଗପୁର,୨୧/ଜୁଲାଇ: ନବରଙ୍ଗପୁର ପୌର ପାଳିକାର ପୌର ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିନୟ ପଟେଲ ଗୋଟେ ପ୍ରକାରର ନିଦା ବିଷ୍ଣୁ ପାଲଟି ଯାଇଛନ୍ତି । ଜନସାଧାରଣ ଙ୍କ କୌଣସି କଥା ଶୁଣି ପାରୁନାହାଁନ୍ତି । ବାରମ୍ବାର କହିଲେ ମଧ୍ୟ କାମ କରିଦେବା କହି ଚୁପ୍‌ଚାପ୍ ବସି ରହୁଥିବା ଦେଖିବାକୁ ମିଳୁଛି । ଖବରରୁ ପ୍ରକାଶ ଯେ, ଆଜକୁ ପ୍ରାୟ ୫/୬ ମାସ ହେଲାଣି ୪ ନଂ ୱାର୍ଡର ଡ୍ରେନ୍ ରେ କେତେକ ସ୍ୱାର୍ଥପର ବ୍ୟକ୍ତି ନିଜର ସ୍ୱାର୍ଥ ପାଇଁ ଡ୍ରେନ୍ କୁ ବାଲି, ଗୋଡି, ପଥର ଦେଇ ପୋତି ଦେଇଥିବା ଯୋଗୁଁ ପାଣି ଯାଇ ନ ପାରି ଗୋଟେ ଯାଗାରେ ଜମା ହୋଇ ରହିବା ଯୋଗୁଁ ନାନା ଦୁର୍ଗନ୍ଧ ହେଉଛି । ଏ ନେଇ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା । ପୌର ଅଧିକାରୀ ଏ ନେଇ ଲିଖିତ ଆକାରରେ ଦେବାକୁ କହିଥିଲେ । ଲିଖିତ ଆକାରରେ ଦେବା ପର ଠାରୁ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି । ବର୍ତମାନ କୋଭିଡ୍ କଟକଣା ଓ ୱାର୍ଡ ଟି କଂଟେନ୍‌ମେଂଟ ଜୋନ୍ ଘୋଷଣା ହୋଇଥିବା ବାହାନା କରୁଛନ୍ତି । ଦୀର୍ଘ ଦିନ ଧରି ନାଳ ପାଣି ଗୋଟିଏ ଯାଗାରେ ରହିବା ଦ୍ୱାରା ବର୍ଷା ପାଣି ପଡି ଆହୁରି ଅଧିକ ଜମା ହୋଇ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଛି । ସାହିରେ ଯିବା ଆସିବା କରୁଥିବା ଲୋକେ ପାଟିରେ ହାତ ଦେଇ କପଡା ବାନ୍ଧି ଯାତାୟତ କରୁଛନ୍ତି । କହିବାକୁ ଗଲେ ପୌର ପ୍ରଶାସକ କୋଭିଡ୍ ମହାମାରୀ ଚାଲିଥିବା ସମୟରେ ଅନ୍ୟ ମାରାତ୍ମକ ରୋଗ ଡେଙ୍ଗ, ଡାଇରିଆ, ମେଲେରିଆ କୁ ନିମନ୍ତ୍ରଣ କରୁଥିବା ଆଲୋଚନା ହେଉଛି । ଏ ବିଷୟ ନେଇ ଜିଲ୍ଲାପାଳଙ୍କୁ ଜଣାଇଲେ ପୌର ଅଧିକାରୀ ରାଗି ଯାଇ କହୁଛନ୍ତି ଯେଉଁ ଲୋକ କାମ କରିବାକୁ ସେଠାକୁ ଯାଉଛନ୍ତି ତାଙ୍କୁ କହି ସଫା କରିଦିଅ । ସହରର ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ମାଟି, ବାଲି, ଗୋଡି ପଡି ରହିଥିଲେ ମଧ୍ୟ ଏ ଦିଗରେ ପୌର ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି । ତେଣୁ ଜିଲ୍ଲା ପ୍ରଶାସନ ଏ ଦିଗରେ ଧ୍ୟାନ ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠା ଗ୍ରହଣ ପାଇଁ ଦାବୀ ହେଉଛି ।

About the author

Leave a Reply

Your email address will not be published. Required fields are marked *