ସରପଂଚ ପଦବୀ ପାଇଲେ ନାଏବ ସରପଂଚ

Spread the love

ରାଇଘର,୨୧/ଜୁଲାଇନବରଙ୍ଗପୁର ଜିଲ୍ଲା ସୀମାନ୍ତବର୍ତୀ ରାଇଘର ବ୍ଲକ ଅନ୍ତର୍ଗତ ମୋହଣ୍ଡ ପଂଚାୟତରେ ବିଗତ କିଛି ଦିନ ହେବ ସରପଂଚ ଙ୍କ ନାମରେ ହୋଇଥିବା ବିଭିନ୍ନ ଅନିୟମିତତା ଉପରେ ହୋଇଥିବା ଅଭିଯୋଗରେ ପଂଚାୟତରାଜ ବିଭାଗ ଏବଂ ଜିଲ୍ଳା ପ୍ରଶାସନ ପକ୍ଷରୁ ଏକ ନିର୍ଦ୍ଧେଶନାମା ଅନୁଯାୟୀ କାର୍ଯ୍ୟରତ ସରପଂଚ ଙ୍କ ପଦବୀକୁ ଅସିଦ୍ଧ ଘୋଷଣା କରାଯାଇଥିଲା ପରେ ପରେ ବିଭାଗୀୟ ଅଧିକାରୀ ପଂଚାୟତର ନାୟବ ସରପଂଚ ଙ୍କୁ ସରପଂଚ ଦାୟୀତ୍ୱ ଦେଇଥିଲେ । ଘଟଣାରୁ ପ୍ରକାଶ ଯେ ମହଣ୍ଡ ପଂଚାୟତର ସରପଂଚ ଶ୍ରୀରାମ ଗଣ୍ଡ ଙ୍କ ନାମରେ ବିଗତ କିଛି ଦିନ ତଳେ କିଛି କାର୍ଯ୍ୟରେ ଅବହେଳା ସହ ଅନିୟମିତତା କୁ ନେଇ ସ୍ଥାନୀୟ ପୋଲିସ ଓ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ ହେଲା ପରେ ଜିଲ୍ଲା ପ୍ରଶାସନ ଏହାର ତଦନ୍ତ କରି ସରପଂଚ ଙ୍କ ଉପରେ ଏକ ନିର୍ଦ୍ଦେଶନାମା ଜାରୀ କରି ତାଙ୍କ ପଦବୀକୁ ଅସିଦ୍ଧ କରିଥିଲେ । ପରେ ପରେ ନାଏବ ସରପଂଚ ଦାୟିତ୍ୱରେ ଥିବା ୪ ନଂ ୱାର୍ଡ ସଭ୍ୟା ସାବିତ୍ରୀ ଗଣ୍ଡଙ୍କୁ ସରପଂଚ ପଦବୀ ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ବିଜେଡି ସମର୍ଥିତ ନାଏବ ସରପଂଚ ଶ୍ରୀମତୀ ଗଣ୍ଡ ତାଙ୍କ ଦଳୀୟ କର୍ମୀଙ୍କ ଗହଣରେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପର୍ଶୁରାମ ମାଳିଙ୍କ ଉପସ୍ଥିତିରେ ନୂତନ ଭାବରେ ସରପଂଚ ପଦବୀ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ପ୍ରମୋଦ କୁମାର ପାଢୀ, ବିଜେଡି ବ୍ଲକ ସଭାପତି ରାଇସିଂ ଗଣ୍ଡ, ବରିଷ୍ଠ ବିଜେଡି ନେତା ତଥା ସଂଗଠକ ସୁକଦେବ ଗଣ୍ଡ, ପ୍ରଣବ ଭୂୟାଁ, ରାମନାଥ କେଉଟ, କୈଳାସ ନାଗ, ଉପେନ୍ଦ୍ର ଗଣ୍ଡ, ରଘୁନାଥ ଗଣ୍ଡ, ଫୁଲସିଙ୍ଗ ଗଣ୍ଡ, ମାନକୁ ଗଣ୍ଡ, ରାଜେଶ ଅଧିକାରୀ ପ୍ରମୁଖ ଙ୍କ ସହ ବହୁ ବିଜେଡି ସରପଂଚ କର୍ମୀ ଉପସ୍ଥିତ ଥିଲେ । ବର୍ତମାନ କରୋନା ସମୟ ଥିବା ସମୟରେ ବହୁ ସଂଖ୍ୟକ ଲୋକ ଉପସ୍ଥିତ ଥିବାର କୌଣସି ସୂତ୍ରରୁ ଖବର ପାଇ ରାଇଘର ପୋଲିସ ଏଏସଆଇ ବଟକୃଷ୍ଣ ଗୌଡ ଘଟଣାସ୍ଥଳରେ ପହଂଚି ଘଟଣା ସମ୍ପର୍କରେ ଅନୁଧ୍ୟାନ କରି ନୂତନ ସରପଂଚ ଙ୍କ ସହିତ ସୌଜନମୂଳକ ସାକ୍ଷାତ କରିଥିଲେ । ଅପରପକ୍ଷେ ପୂର୍ବତନ ସରପଂଚ ଶ୍ରୀରାମଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ସେ କହିଥିଲେ ଯେ ମୁଁ ପ୍ରତ୍ୟେକ ସମୟରେ ଅଂଚଳବାସୀଙ୍କ ସୁଖ ଦୁଃଖରେ ସାମିଲ ହୋଇ ରହିଆସିଅଛି କିନ୍ତୁ ପଂଚାୟତ ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ମାଲି ଦୁଇଟି ପଂଚାୟତ ର କାର୍ଯ୍ୟଭାର ନେଇ ଦୀର୍ଘ ପାଂଚ ରୁ ଛଅ ମାସ ଧରି ପଂଚାୟତ କାର୍ଯ୍ୟାଳୟ ନ ଆସି ରାଇଘର ଠାରେ ସମସ୍ତ କାର୍ଯ୍ୟ କରିଥାନ୍ତି । ମୁଁ ଏସବୁ କଥା କିଛି ଜାଣେନି । ମୋ ଉପରେ ହୋଇଥିବା ଆର୍ଥୀକ ଅନିୟମିତତା ଉପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ମୁଁ ନ୍ୟାୟାଳୟଙ୍କ ସମସ୍ତ ପ୍ରକାର ନିର୍ଦ୍ଦେଶ ପାଳନ କରିଛି ।

About the author

Leave a Reply

Your email address will not be published. Required fields are marked *