ମୃତ୍ୟୁ ସଂଖ୍ୟା ୧୦୦ ଟପିଲା
ଭୁବନେଶ୍ୱର : କରେନା ପୁଣି ଆଜି ଆଉ ୬ଜଣଙ୍କ ଜୀବନ ନେଇଛି । ମୃତକଙ୍କ ମଧ୍ୟରୁ କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଗଜପତି, ଖୋର୍ଦ୍ଧା ଓ ରାୟଗଡାରୁ ଜଣେ ଲେଖାଏଁ ଆକ୍ରାନ୍ତ ଅଛନ୍ତି । ଏମାନଙ୍କ ବୟସ ଯଥାକ୍ରମେ ୬୩, ୫୮, ୨୬ (ମହିଳା), ୬୮, ୭୫ ଓ ୭୪ ବର୍ଷିୟ ଆକ୍ରାନ୍ତ ଅଛନ୍ତି ।ଏମାନେ କରୋନା ବ୍ୟତୀତ ଡାଇବେଟିସ, ରକ୍ତଚାପ ଓ ଅନ୍ୟ ରୋଗରେ ପୀଡିତ ଥିଲେ । ଏମାନେ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି । ସେହିପରି ଅନ୍ୟ କାରଣରୁ ୩୦ଜଣଙ୍କର ମୃତ୍ୟୁ ଘଟିଛି ।ରାଜ୍ୟରେ ଆଜି ଆଉ ୪୭ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତମାନଙ୍କ ମଧ୍ୟରୁ ୪୩୧ଜଣ ବିଭିନ୍ନ ସଂଗରୋଧରେ ଥିବା ବେଳେ ୨୧୬ଜଣ ସ୍ଥାନୀୟ ଲୋକ ଅଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮ହଜାର ୭୫୭କୁ ବୃଦ୍ଧି ପାଇଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୭୧୫ଜଣ ଚିକିତ୍ସା ହେଉଥିବା ବେଳେ ୧୨,୯୦୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ୨୩ ଜିଲ୍ଲାରୁ ଏହି ୬୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୨୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୩୭, ବାଲେଶ୍ୱରରୁ ୪୦, ବରଗଡ଼ ୪, ଭଦ୍ରକ ୧୨, ବଲାଙ୍ଗୀର ୫, କଟକ ୮୪, ଢେଙ୍କାନାଳ ୧୦, ଗଞ୍ଜାମ ୨୨୫, ଜଗତସିଂହପୁର ୭, ଯାଜପୁର ୨, କନ୍ଧମାଳ ୫, କେନ୍ଦ୍ରାପଡା ୧୩, ଖୋର୍ଦ୍ଧା ୬୮, କେନ୍ଦୁଝର ୮, କୋରାପୁଟ ୨୮, ମାଲକାଗିରି ୧୦, ମୟୁରଭଞ୍ଜ ୩, ନବରଙ୍ଗପୁର ୨, ନୟାଗଡ ୪, ରାୟଗଡା ୪୭, ସମ୍ବଲପୁର ୧୦, ସୋନପୁର ଜଣେ ଓ ସୁନ୍ଦଗଡ଼ରୁ ୨୨ ଜଣ ଚିହ୍ନଟ ହୋଇଛନ୍ତି । ତେବେ ଅତ୍ୟାବଧି ରାଜ୍ୟରେ ମୋଟ ୪ଲକ୍ଷ ୦୧ ହଜାର ୬୪୪ଟି ସାମ୍ପୁଲ ପରୀକ୍ଷା କରାଯାଇଛି ।