ଅସହାୟଙ୍କ ସାହା ପାଲଟିଛନ୍ତି ସମାଜସେବୀ ନାରାୟଣ ମହାପାତ୍ର

Spread the love

ଭୁବନେଶ୍ୱର : ମାନବ ସେବା ହିଁ ମାଧବ ସେବା । ଏହାକୁ ବ୍ରତଭାବେ ଗ୍ରହଣ କରିଛନ୍ତି ଯୁବ ସମାଜେସବୀ ନାରାୟଣ ମହାପାତ୍ର । ବର୍ଷସାରା ତାଙ୍କର ଏହି ନିସ୍ୱାର୍ଥପର ସେବା କାର୍ଯ୍ୟ ଚାଲିଥିବାବେଳେ ଗତ ମାର୍ଚ୍ଚ ମାସଠାରୁ ଆରମ୍ଭ ହୋଇଥିବା କରୋନା ମହାମାରୀ ସମୟରେ ଶ୍ରୀ ମହାପାତ୍ର ଦୁଃଖୀ, ଦରିଦ୍ର ତଥା ଅସହାୟଙ୍କ ପାଇଁ ସାହା ପାଲଟିଛନ୍ତି । ଅବିରତଭାବେ ପ୍ରତିଦିନ ହଜାର ହଜାର ଲୋକଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ବଂଟନ କରିଚାଲିଛନ୍ତି । କହିବାକୁ ଗଲେ, ଅସହାୟଙ୍କପାଇଁ ନାରାୟଣ ବାବୁ ଦେବଦୂତ ସାଜିଛନ୍ତି । ଏଥିରେ ତାଙ୍କର କିଛି ସ୍ୱାର୍ଥ ନଥାଏ, କେବଳ ସେ ପାଇଥାନ୍ତି ଅଫୁରନ୍ତ ଆନନ୍ଦ । ସେ କେବଳ ଭୁବନେଶ୍ୱର ନୁହେଁ, ବିଶ୍ୱର କୋଣ ଅନୁକୋଣରେ ବିପଦରେ ପଡିଥିବା ମଣିଷଟିକୁ ବଂଚାଇବାକୁ ପ୍ରାଣପଣେ ଚେଷ୍ଟା କରିଥାନ୍ତି ।
ଚଳିତବର୍ଷ ମହାମାରୀ କରୋନା ସମୟରେ ଭୁବନେଶ୍ୱର ତଥା ଆଖପାଖ ଅଂଚଳରେ ଶୁଖିଲା ଓ ରନ୍ଧା ଖାଦ୍ୟ ବଂଟନ କାର୍ଯ୍ୟ ଜାରିରଖିଛନ୍ତି । ଏପରିକି ରାଜ୍ୟର ବିଭିନ୍ନ ଅଂଚଳରେ ମଧ୍ୟ ଏହି କାର୍ଯ୍ୟ ଚାଲୁରଖିଛନ୍ତି । ଖାଦ୍ୟ ସହିତ ବସ୍ତ୍ର, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ପାନୀୟ ଜଳ, ଓøଷଧ ଆଦି ଯୋଗାଇ ଦେଉଛନ୍ତି । ତାଙ୍କର ପେଶା ବ୍ୟବସାୟ ହୋଇଥିଲେ ମଧ୍ୟ ନିଶା ସମାଜସେବା । ସମାଜର ତଳ ସ୍ତରର ମଣିଷଟି ଖୁସିରେ ରହିଲେଯାଇ ସମାଜ ସନ୍ତୁଳିତ ରହିପାରିବ । ସେଥିପାଇଁ ସେବାକାର୍ଯ୍ୟ ଅବିରତ ଜାରିରଖିଛନ୍ତି । ଯେପରି ସମାଜର କୌଣସି ବ୍ୟକ୍ତି କ୍ଷୁଧା ଅନୁଭବ ନକରେ, ସେଥିପାଇଁ ସଦା ତତ୍ପର । ଶ୍ରୀ ମହାପାତ୍ରଙ୍କ ଏତାଦୃଶ ସେବା କାର୍ଯ୍ୟକୁ ରାଜ୍ୟ ତଥା ଦେଶ ବିଦେଶରେ ଭୁୟସୀ ପ୍ରଶଂସା କରାଯାଇଛି । ଏପର୍ଯ୍ୟନ୍ତ ତାଙ୍କୁ ଜାତୀୟ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ୭୨ଟି ସଂସ୍ଥା ପକ୍ଷରୁ ସମାଜସେବାପାଇଁ ସମ୍ମାନ ପ୍ରଦାନ କରାଯାଇଛି । ସେ କେବଳ ମହାମାରୀ ସମୟରେ ନୁହେଁ, ବରଂ ବିଭିନ୍ନ ଅନୁଷ୍ଠାନ ମାଧ୍ୟମରେ ବୃଦ୍ଧାଶ୍ରମ, ଅନାଥାଶ୍ରମ, ବାଳାଶ୍ରମ ତିଆରିକରି ସେମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟପାଇଁ ସହାୟତା ଯୋଗାଇଆସୁଛନ୍ତି । ତାଙ୍କର ଏହି ସେବାକାର୍ଯ୍ୟ ୩ ଦଶନ୍ଧି ଧରି ଚାଲିଆସୁଛି । ସେ ଏବେ ଶହୀଦନଗର ଦୁର୍ଗାପୂଜା ସମିତିର ପ୍ରମୁଖ କାର୍ଯ୍ୟକର୍ତାଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି । ଭୁବନେଶ୍ୱରର ସମସ୍ତ ପୂଜା ସମିତିଗୁଡିକୁ ଏକତ୍ରକରାଇବାରେ ଶ୍ରୀ ମହାପାତ୍ରଙ୍କ ଭୂମିକା ବେଶ୍ ପ୍ରଶଂସନୀୟ ।

About the author

Leave a Reply

Your email address will not be published. Required fields are marked *