ନୂଆ ଆଲୋକ ସହାୟତାର ହାତ ବଢାଇଲା ଏପରି ଦୁଃଖଦ ଅବସ୍ଥାରେ କିପରି ବଂଚିବ ନାରାୟଣ ସାହୁ ପରିବାର ?

Spread the love

ଯାଜପୁର-ନିରାଶ୍ରୟଙ୍କୁ ସହେଯାଗର ହାତ ବଢାଇଛି ନୂଆ ଆଲୋକ । ମହେଶ୍ୱରପୁର ପଂଚାୟତର ଗୋପିନାଥ ପୁର ଅନ୍ତର୍ଗତ ଉଆଖିଆ ଗ୍ରାମର ନାରାୟଣ ସାହୁ (୮୨) ପତ୍ନୀ ଶୋଭା ସାହୁ (୭୨) ବୟସର ବୃଦ୍ଧ ବୃଦ୍ଧା ତାଙ୍କର କେହି ଆଗକୁ ନାହିଁ କି ପଛକୁ ନାହିଁ । ୨ ଗୋଟି ଝିଅ , ବଡଝିଅ ସାବିତ୍ରୀ ବିବାହ କରି ସାରିଥିବା ବେଳେ ସାନଝିଅ ସତ୍ୟବାମା ବିବାହିତ ହୋଇ ଜଣେ ମାନସିକ ବିକୃତା ହେତୁ ଶାଶୁଘର ତାଙ୍କୁ ଛାଡି ଦେଇଥିବାରୁ ବାପମାଆ ଉପରେ ବୋଜ ହୋଇଛି । ନିଜେ ଜୀବନ ବଂଚିବା ଅସମ୍ଭବ ହେଉଥିବା ବେଳେ ସାନଝିଅ ଜଣେ ମାନସିକ ବିକୃତା ତଥା ଭିନ୍ନକ୍ଷମା , କିପରି ବଂଚିବେ ଏହି ୩ ପରାଣୀା ଏହା ସହିତ ନାରାୟଣ ମୃତ୍ରାଶୟ ଜନିତ ରୋଗରେ ଆକ୍ରାନ୍ତ । ସଦା ସର୍ବଦା ପରିଶ୍ରାଗାରରେ ପାଇପ ଓ ପରିଶ୍ରା ବ୍ୟାଗ ଲାଗି ରହିଛି । କରୋନା ର ପ୍ରଭାବ ଯାଜପୁରରେ ବର୍ତ୍ତମାନ ଯେଉଁସ୍ଥିତିରେ ଅଛି ଓ ସାରା ଜିଲ୍ଲା ଲକ୍ ଡାଉନ ଘୋଷଣା କରାଯାଇଛି କେହି ତାଙ୍କୁ ଡାକ୍ତରଖାନା ନେବା କିମ୍ବା ତାଙ୍କର ପରିଶ୍ରା ପାଇପ ବଦଳାଇବାକୁ ନାହିଁ । ଏତ୍‌ଭିନ୍ନ ଡାକ୍ତରଖାନା ମାନଙ୍କରେ ବି କରୋନା ଆତଙ୍କ ଚଳାଇଛି । ତେଣୁ ଡାକ୍ତରଖାନାରେ ସେବା ପାଇବା ମଧ୍ୟ ମୁସ୍କିଲ୍ ହୋଇ ପଡିଛି ।ଏହି ଖବର ନୂଆ ଆଲୋକ ପାଇବା ବେଳକୁ ବୃଦ୍ଧ ନାରାୟଣ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ନୂଆ ଅଲୋକର କର୍ମକର୍ତ୍ତା ମାନେ ତାଙ୍କୁ ମଧୁବନ ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଇବା ସହିତ ତାଙ୍କର ପରିଶ୍ରାଗାରରେ ପାଇପ ଲଗାଇ ଓ ଆବଶ୍ୟକୀୟ ଔଷଧ ଦେଇ ଘରକୁ ଆଣି ଛାଡିଛନ୍ତି । ତେବେ ଏହିପରି ଅବସ୍ଥାରେ ଥାଇ କିପରି ବଂଚିବ ନାରାୟଣ ସାହୁର ପରିବାର , ଘରେ ମାନସିକ ବିକୃତ ଝିଅ ତା ସହିତ ତାହାର ଦୈାରାତ୍ମ୍ୟ । ସରକାରଙ୍କର ମାସିକ ୧୫ କିଲୋ ଚାଉଳ ସହିତ ଦୁଇ ଜଣଙ୍କର ୫ଶହ ଲେଖାଏଁ ଭତ୍ତା । ଯାହା କେବଳ ବୁଢା ବୁଢିଙ୍କର ଔଷଧ ଖର୍ଚ୍ଚକୁ ଅଭାବ । ତେବେ ହରିପୁର ଗ୍ରାମର ନୂଆ ଆଲୋକ ସଦସ୍ୟ ଚନ୍ଦନ କୁମାର ସାହୁଙ୍କ ପିତା ଅଶୋକ କୁମାର ସାହୁ , ବୃଦ୍ଧ ନାରାୟଣ ସାହୁଙ୍କର ଦୁଇ ଝିଅକୁ ବିବାହ କରାଇଥିବା ବେଳେ , ଆଜକୁ ୧୫ ବର୍ଷ ହେବ ଏହି ପରିବାରକୁ ସହଯୋଗର ହାତ ବଢାଇ ନିଜର ମହନୀୟତାକୁ ପ୍ରତିପାଦିତ କରିଛନ୍ତି । ଏତେ ପରେ ବି ସରକାରଙ୍କ ବାସଗୃହ ଯୋଜନା ସେମାନଙ୍କ ପାଇଁ ଅପହଁଚ ହୋଇଛି । ନୂଆଲୋକ ପରିବାର ତରଫରୁ ଆଜିର ସହଯୋଗକୁ ସାଧାରଣରେ ପ୍ରସଂସା କରାଯାଇଛି ।

About the author

Leave a Reply

Your email address will not be published. Required fields are marked *