ଶପଥ ନେଲେ ଓଡିଶାର ୪ ସାଂସଦ

Spread the love

ଭୁବନେଶ୍ୱର, ୨୨ ଜୁଲାଇ – ଓଡିଶାରୁ ୪ ରାଜ୍ୟସଭା ସଦସ୍ୟ ବୁଧବାର ଶପଥ ଗ୍ରହଣ କରିଛନ୍ତି । ଓଡିଶାର ସାଂସଦ ମୁନ୍ନା ଖାଁ , ସୁଜିତ୍ କୁମାର, ସୁବାଷ ସିଂହ ଓ ମମତା ମହାନ୍ତ ରାଜ୍ୟସଭାରେ ଶପଥ ନେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ୍‌. ଭେଙ୍କିୟା ନାଇଡୁ ଓଡିଶା ସମେତ ବିଭିନ୍ନ ରାଜ୍ୟର ନବ ନିର୍ବାଚିତ ସାଂସଦମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଉଲ୍ଲେଖ୍ୟଯୋଗ୍ୟ ଯେ ଗତ ମାର୍ଚ୍ଚ ମାସ ୧୮ ତାରିଖରେ ବିଜେଡିର ୪ ପ୍ରାର୍ଥୀ ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ । ତେବେ କୋଭିଡ୍ କଟକଣା ଯୋଗୁଁ ସେମାନେ ଦିଲ୍ଲୀ ଯାଇ ଶପଥ ଗ୍ରହଣ କରିପାରିନଥିଲେ ।

About the author

Leave a Reply

Your email address will not be published. Required fields are marked *