ଡରାଉଛି କରୋନା, ଆଜି ୧୫୯୪ ନୂଆ ଆକ୍ରାନ୍ତ

Spread the love

ପୁଣି କରୋନା ନେଲା ୬ ଜୀବନ, ମୃତ୍ୟୁ ସଂଖ୍ୟା ୧୨୦

ଭୁବନେଶ୍ୱର : ଦିନକୁ ଦିନ କରୋନା କାୟାମେଲାଇବାରେ ଲାଗିଛି । ଗତକିଛିଦିନ ହେଲା ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ହଜାରେ ପାର କରୁଛି । ଆଜି ଗୋଟିଏ ଦିନରେ ରେକର୍ଡ ସଂଖ୍ୟାରେ ଅର୍ଥାତ ୧୫୯୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଏତେ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେବା ଲୋକଙ୍କ ମନରେ ଭୟ ସଂଚାର କରିଛି । ହେଲେ କରେନାକୁ ଭୟ ନକରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି ।
ରାଜ୍ୟରେ ଗୋଟିଏ ଦିନରେ ୧୫୯୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତମାନଙ୍କ ମଧ୍ୟରୁ ୧୦୬୭ଜଣ ବିଭିନ୍ନ ସଂଗରୋଧରେ ଥିବା ବେଳେ ୫୨୭ଜଣ ସ୍ଥାନୀୟ ଲୋକ ଅଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨ହଜାର ୬୯୩କୁ ବୃଦ୍ଧି ପାଇଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୮୧୪୮ଜଣ ଚିକିତ୍ସା ହେଉଥିବା ବେଳେ ୧୪,୩୯୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ୨୮ ଜିଲ୍ଲାରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୭୩୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୧୦, ବାଲେଶ୍ୱରରୁ ୨୨, ବରଗଡ଼ ୮, ଭଦ୍ରକ ୬୦,ବଲାଙ୍ଗୀର ୬, ବୌଦ୍ଧ ୪୧, କଟକ ୧୩୬, ଢେଙ୍କାନାଳ ୨, ଗଜପତି ୩, ଗଞ୍ଜାମ ୭୩୨, ଜଗତସିଂହପୁର ୩, ଯାଜପୁର ୫, ଝାରସୁଗୁଡା ୮, କନ୍ଧମାଳ ୧୭, କଳାହାଣ୍ଡି ୧, କେନ୍ଦ୍ରାପଡା ୯, କେନ୍ଦୁଝର ୨୦, ଖୋର୍ଦ୍ଧା ୩୨୦, କୋରାପୁଟ ୩୩, ମୟୁରଭଞ୍ଜ ୩୨, ନବରଙ୍ଗପୁର ୩, ନୟାଗଡ ୧୦, ନୂଆପଡା ଜଣେ, ପୁରୀ ୩୦, ସମ୍ବଲପୁର ୧୩, ସୋନପୁର ୪ ଓ ସୁନ୍ଦଗଡ଼ରୁ ୫୬ ଜଣ ଚିହ୍ନଟ ହୋଇଛନ୍ତି । ତେବେ ଅତ୍ୟାବଧି ରାଜ୍ୟରେ ମୋଟ ୪ଲକ୍ଷ ୩୩ ହଜାର ୫୭୮ଟି ସାମ୍ପୁଲ ପରୀକ୍ଷା କରାଯାଇଛି ।
ସେହିପରି କରେନା ପୁଣି ଆଜି ଆଉ ୬ଜଣଙ୍କ ଜୀବନ ନେଇଛି । ମୃତକ ମଧ୍ୟରୁ ଗଞ୍ଜାମରୁ ୩ଜଣ. ଭଦ୍ରକ, ରାୟଗଡା ଓ ଗଜପତିରୁ ଜଣେ ଲେଖାଏଁ ଆକ୍ରାନ୍ତ ଅଛନ୍ତି । ମୃତକଙ୍କ ବୟସ ୪୪, ୭୧, ୫୩, ୫୯ (ମହିଳା), ୫୦ (ମହିଳା) ଓ ୬୦, ବର୍ଷିୟ ଆକ୍ରାନ୍ତ ଅଛନ୍ତି । ଏମାନେ କରୋନା ବ୍ୟତୀତ ଡାଇବେଟିସ, ରକ୍ତଚାପ ଓ ଅନ୍ୟ ରୋଗରେ ପୀଡିତ ଥିଲେ । ଏମାନେ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୨୦କୁ ବୃଦ୍ଧି ପାଇଛି । ସେହିପରି ଅନ୍ୟ କାରଣରୁ ଆଉ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଅନ୍ୟକାରଣୁ ୩୩ଜଣଙ୍କର ମୃତ୍ୟୁ ଘଟିଛି । ଏଥିମଧ୍ୟରୁ ଗଞ୍ଜାମରେ କେବଳ ୭୦ ଜଣଙ୍କର ମୃତ୍ୟୁ ଘଟିଛି ।

About the author

Leave a Reply

Your email address will not be published. Required fields are marked *