ଗୁଞ୍ଜିବାଡିବାସୀଙ୍କ ଯୋଗାଯୋଗର ସାହାରା ପାଲଟିଛି ବିଦ୍ୟୁତ୍ ତାର ସମସ୍ୟା ସମାଧାନର ପ୍ରତିଶୃତି ଦେଇ ଏବେ ମିଳୁନି ନେତାଙ୍କ ଦର୍ଶନ

Spread the love

କନ୍ଧମାଳ,୨୫ଜୁଲାଇ: କନ୍ଧମାଳ ଜିଲ୍ଳାରେ ଦୁଃଖ ନ କହିିଲେ ନ ସରେ । ଦେଖିବାକୁ ମିଳିଛି କ. ନୂଆ ଗାଁ ବ୍ଲକର ଗୁଂଜିବାଡି ପଂଚାୟତ ବଗାଡି ଗ୍ରାମର ଏକ ନଦୀ ରେ ଶହ ଶହ ଲୋକ ବିଦ୍ୟୁତ୍ ତାର ମାଧ୍ୟମରେ ଯିବା ଆସିବା କରୁଛନ୍ତି । ସେଠିକାର ଜନସାଧାରଣ ବାରମ୍ବାର ସରକାରଙ୍କୁ ଲେଖି ଜଣେଇ ଥିଲେ ବି ସରକାର ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହାଁନ୍ତି । ସେହି ୫ ଟି ଗାଁ ଲୋକଙ୍କ ଅଭିଯୋଗ ଯେ, ବଗାଡି ନଦୀରେ ଗୋଟିଏ ପୋଲ ନିର୍ମାଣ କରିଦେଲେ ପଂଚାୟତ ରୁ ରେସନ ସାମଗ୍ରୀ, ବାର୍ଦ୍ଧକ୍ୟଭତା, ଆଣିବାକୁ ଯିବାକୁ ପଡେ । ବାଗାଡି ଗ୍ରାମ ଆରପଟେ ବଦାଲି, ସାର୍କପଙ୍ଗା, ମିଲାମିନୁ, ଏମିତି ଅନେକ ଗ୍ରାମ ତହସିଲ କାମ, ମେଡିକାଲ କାମ ନିମନ୍ତେ ପ୍ରତିଦିନ ତାର ମାଧ୍ୟମରେ ଯିବା ଆସିବା କରନ୍ତି । ଅନେକ ଥର ଅଘଟଣ ଘଟିଅଛି, ଭୋଟ୍ ସମୟରେ ନେତାମାନେ ଆସି ଅନେକ ପ୍ରତିଶୃତି ଦେଇ ଲୋକଙ୍କ ଭୋଟ୍ ନିଅନ୍ତି କିନ୍ତୁ ଭୋଟ୍ ସରିବା ପରେ ନେତାମାନଙ୍କ ଦେଖା ମିଳେନି । ନଦୀ ଆରପଟେ ସ୍କୁଲ, ଅଙ୍ଗନବାଡି ତେଣୁ ପିଲାମାନେ ବହୁତ କଷ୍ଟରେ ଯିବା ଆସିବା କରନ୍ତି ବୋଲି ସ୍ଥାନୀୟ ଲୋକମାନେ କହୁଛନ୍ତି । ବର୍ତମାନ ପ୍ରଶ୍ନ ଉଠୁଛି ଯେ, ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା କେବେ ଭାଙ୍ଗିବ ଏବଂ ବଗାଡି ନଦୀରେ ପୋଲ କେବେ ହେବ ? ଏବଂ ଏଠିକାର ଜନସାଧାରଣଙ୍କ ଅଫିସ କାମ ଠାରୁ ଆରମ୍ଭ କରି ନିଜର କୁଲି ମଜୁରୀ କରି ପରିବାର ପ୍ରତିପୋଷଣ କରିବେ ।

About the author

Leave a Reply

Your email address will not be published. Required fields are marked *