ଚଳିତ ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାର ଫଳ

Spread the love

ଭୁୁବନେଶ୍ୱର , ୨୫ ଜୁଲାଇ – ଚଳିତ ମାସ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷାର ଫଳାଫଳ ପ୍ରକାଶ ପାଇବ । ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତି ରାମାଶୀଷ ହାଜରା ଏହି ସୂଚନା ଦେଇଛନ୍ତି । ତେବେ ଏହି ଫଳାଫଳ କେଉଁ ନିର୍ଦିଷ୍ଟ ତାରିଖରେ ପ୍ରକାଶ ପାଇବ ସେ ସମ୍ପର୍କରେ ଦିନେ – ଦୁଇ ଦିନ ମଧ୍ୟରେ ସୂଚନା ଦିଆ ଯିବ ବୋଲି ସେ କହିଛନ୍ତି ।ଉଲ୍ଲେଖନୀୟ ଯେ ଏହା ପୂର୍ବରୁ ମଧ୍ୟ ରାଜ୍ୟର ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ମାଟ୍ରିକ ପରୀକ୍ଷାର ଫଳାଫଳ ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ ବୋଲି ସୂଚନା ଦେଇଥିଲେ । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ପାଂଚ ଲକ୍ଷରୁ ଉର୍ଧ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ । ଏହି ଛାତ୍ର ଛାତ୍ରୀ ମାନେ ୨୮୮୮ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ।

About the author

Leave a Reply

Your email address will not be published. Required fields are marked *