ରାଜଗାଙ୍ଗପୁର,୨୫ଜୁଲାଇ: ଆଜି ସକାଳ ପ୍ରାୟ ୧୧ଟା ୩୦ ସମୟରେ ଏକ ମାଲବାହୀ ଟ୍ରେନ୍ ରାଜଗାଙ୍ଗପୁର ରେଳ ଫାଟକ ନିକଟରେ ଓଲଟିଥିବାର ସୂଚନା ମିଳିଛି । ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି ।ପୂର୍ବାହ୍ନ ପ୍ରାୟ ୧୧ଟା ୩୦ ସମୟରେ ଏକ ମାଲବାହୀ ଟ୍ରେନ୍ ରାଉରକେଲାରୁ ରାଜଗାଙ୍ଗପୁର ଆସୁଥିବା ସମୟରେ ରାଜଗାଙ୍ଗପୁର ରେଳ ଫାଟକ ନିକଟରେ ଟ୍ରେନ୍ର ମଝି ଭାଗରେ ଥିବା ଦୁଇଟି ବଗି ଲାଇନ୍ଚ୍ୟୁତ ହୋଇଥିଲା । ଗୋଟିଏ ବଗି ସମ୍ପୂର୍ଣ୍ଣ ଓଲଟି ପଡିଥିବାବେଳେ ଅନ୍ୟଟି ଲାଇନ୍ଚ୍ୟୁତ୍ ହୋଇଥିଲା । ମିଳିଥିବା ସୂଚନା ଅନୁଯାୟୀ ଏହି ଅଘଟଣ ଘଟିବା ପରେ ବର୍ତମାନ ଏହି ଝାରସୁଗୁଡା-ରାଉରକେଲା ରୁଟ୍ରେ ସମସ୍ତ ଟ୍ରେନ୍ ଚଳାଚଳ ବନ୍ଦ କରି ଦିଆଯାଇଛି । ଟ୍ରେନ୍ଟି ଷ୍ଟେସନ ନିକଟବର୍ତୀ ଥିବାରୁ ଏହାର ଗତି କମ ଥିଲା । ଏହା ଫଳରେ କୌଣସି ବଡ ଦୁର୍ଘଟଣା ହୋଇନଥିଲା । ଘଟଣାସ୍ଥଳରେ ରେଳବାଇର ଉଚ୍ଚ ପଦସ୍ଥ ଅଧିକାରୀମାନେ ପହଂଚି ସରଜମିନ୍ ତଦନ୍ତ ଆରମ୍ଭ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ ମଧ୍ୟ ଏକ ମାଲବାହୀ ଟ୍ରେନ୍ର ଦୁଇଟି ବଗି ଏହି ଅଂଚଳରେ ଲାଇନ୍ଚ୍ୟୁତ ହୋଇଥିଲା ।
About the author
Related Posts

July 18, 2020
୭୧୮ ନୂଆ ଆକ୍ରାନ୍ତ

November 20, 2020
ସୁର ଭାଇଙ୍କ ସ୍ୱର ଶୁଣିବ ଓଡ଼ିଶା

July 20, 2020