ଭୁବନେଶ୍ୱର, ୨୫ ଜୁଲାଇ – ରାଜ୍ୟରେ ଆଉ ୧୩୨୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୨୪୦୧୩ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ଆଜି ଚିହ୍ନଟ ହୋଇଥିବା ୧୩୨୦ ଜଣଙ୍କ ମଧ୍ୟରୁ ୮୮୭ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୪୩୩ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୨୪ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଗଂଜାମ ଜିଲ୍ଲାରେ ଜିଲ୍ଲାରେ ସବୁଠାରୁ ଅଧିକ ୫୬୦ ଟି ନୂଆ ମାମଲା ସାମନାକୁ ଆସିଛି ।ଅନୁଗୁଳ ଜିଲ୍ଲାରେ ୬ , ବାଲେଶ୍ୱର ଜିଲ୍ଲାରେ ୨୩ ଜଣ, ବରଗଡ ଜିଲ୍ଲାରେ ୧୪, ଭଦ୍ରକ ଜିଲ୍ଲାରେ ୨୮ , ବଲାଙ୍ଗୀର ଜିଲ୍ଲାରେ ୯. କଟକ ଜିଲ୍ଲାରେ ୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସେହିପରି ଦେବଗଡ ଜିଲ୍ଲାରେ ୧, ଗଜପତି ଜିଲ୍ଲାରେ ୯୦, ଜଗତସିଂହପୁର ଜିଲ୍ଲାରେ ୩, ଯାଜପୁର ଜିଲ୍ଲାରେ ୨୩, ଝାରସୁଗୁଡା ଜିଲ୍ଲାରେ ୨, କଳାହାଣ୍ଡି ଜିଲ୍ଲାରେ ୧. କନ୍ଧମାଳ ଜିଲ୍ଲାରେ ୩୯, କେନ୍ଦ୍ରାପଡା ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।କେନ୍ଦୁଝର ଜିଲ୍ଲାରେ ୨୪ , ଖୋର୍ଧା ଜିଲ୍ଲାରେ ୧୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟ ଜିଲ୍ଲାରେ ୩୦ ଜଣ ନୟାଗଡ ଜିଲ୍ଲାରେ ୩୮, ନୂଆପଡା ଜିଲ୍ଲାରେ ୪, ପୁରୀ ଜିଲ୍ଲାରେ ୯୦, ରାୟଗଡା ଜିଲ୍ଲାରେ ୬୫ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୋନପୁର ଜିଲ୍ଲାରେ ୧ ତଥା ସୁନ୍ଦରଗଡ ଜିଲ୍ଲାରେ ୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
About the author
Related Posts


October 26, 2020
ତାସ୍ ଖେଳରୁ ମହାଭାରତ
