କ୍ୟାପିଟାଲ ହସ୍‌ପିଟାଲରେ ରାଜ୍ୟର ଦ୍ୱିତୀୟ ପ୍ଲାଜମା ବ୍ୟାଙ୍କ୍ ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

Spread the love

ଭୁବନେଶ୍ୱର, ୨୮ ଜୁଲାଇ – ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କ୍ୟାପିଟାଲ ହସ୍‌ପିଟାଲରେ ରାଜ୍ୟର ଦ୍ୱିତୀୟ ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟନ କରିଛନ୍ତି । ଖୁବ୍ ଶୀଘ୍ର ରାଉରକେଲାର ଆଇ.ଜି.ଏଚ୍‌, ବୁର୍ଲାର ଭୀମସାର ଏବଂ ବ୍ରହ୍ମପୁରର ଏମକେସିଜି ମେଡିକାଲରେ ପ୍ଲାଜମା ବ୍ୟାଙ୍କ ସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କୋଭିଡ ମୁକାବିଲାରେ ଗୁରୁତର ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ପ୍ଲାଜମା ଥେରାପିର ପ୍ରୟୋଗ ଅତ୍ୟନ୍ତ ଉତ୍ସାହଜନକ ହୋଇଥିବାରୁ ଏହି ଚିକିତ୍ସା ପଦ୍ଧତିକୁ ଅଧିକରୁ ଅଧିକ ଭାବେ ପ୍ରୟୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ସୂଚନାଯୋଗ୍ୟ ଯେ ୧୫ ଦିନ ପୂର୍ବେ କଟକ ଏସସିବିରେ ରାଜ୍ୟର ପ୍ରଥମ ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟିତ ହୋଇଥିଲା । ନୂତନ ପ୍ଲାଜମା ବ୍ୟକାଙ୍କ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଲେ ଯେ ରାଜ୍ୟର କେହି ଜଣେ ବି ବ୍ୟକ୍ତି ଅତ୍ୟାଧୁନିକ ଚିକିତ୍ସା ସୁବିଧାରୁ ବଂଚିତ ହେବେ ନାହିଁ । ସମସ୍ତଙ୍କୁ ସର୍ବୋତମ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଖ୍ୟମନ୍ତ୍ରୀ କହିଥିଲେ ଯେ କଟକ ଏସସିବିର ଡାକ୍ତରମାନେ ରାଜ୍ୟରେ ଆଧୁନିକ ପ୍ଲାଜମା ଥେରାପିର ସଫଳ ପ୍ରୟୋଗ କରି ଓଡିଶାକୁ ଗର୍ବିତ କରିଛନ୍ତି । କୋଭିଡରୁ ଆରୋଗ୍ୟ ଲାଭ କରିଥିବା ଏପର୍ଯ୍ୟନ୍ତ ୨୩ ଜଣ ବ୍ୟକ୍ତିଙ୍କ ଠାରୁ ପ୍ଲାଜମା ସଂଗ୍ରହ କରାଯାଇଛି । ଜଣେ ବ୍ୟକ୍ତିଙ୍କ ପ୍ଲାଜମା ଦୁଇ ଜଣ ରୋଗୀଙ୍କୁ ଦିଆଯାଇପାରିବ । ତେଣୁ ଏହାଦ୍ୱାରା ୪୬ଜଣ ରୋଗୀ ଚିକିତ୍ସିତ ହୋଇପାରିବେ । ରାଜ୍ୟର ବିଭିନ୍ନ ସ୍ଥାନକୁ ଏହି ଚିକିତ୍ସା ସେବା ସଂପ୍ରସାରିତ କରିବା ପାଇଁ ଏହା ଆମକୁ ପ୍ରେରଣା ଦେଇଛି । କୋଭିଡ-୧୯ ପରି ଏକ ଅସାଧାରଣ ପରିସ୍ଥିତିରେ ରାଜ୍ୟର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ଯେଭଳି ନିଷ୍ଠା ଓ ତ୍ୟାଗର ସହ କୋଭିଡ ଯୁଦ୍ଧରେ ସାମିଲ ହୋଇ ସେବା ଜାରି ରଖିଛନ୍ତି, ମୁଖ୍ୟମନ୍ତ୍ରୀ ତାର ଉଚ୍ଚପ୍ରଶଂସା କରିଛନ୍ତି । ଏଭଳି କଠିନ ସମୟରେ କୋଭିଡ ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା ଓ ସେମାନଙ୍କ ମନୋବଳକୁ ଦୃଢ ରଖିବା ପାଇଁ ଆମେ ସମସ୍ତେ କାମ କରିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ପ୍ଲାଜମା ଦାନ କରିବାକୁ ଆଗ୍ରହୀ ବ୍ୟକ୍ତିମାନେ ଯେଭଳି ସୁବିଧାରେ ରେଜିଷ୍ଟ୍ରେସନ୍ କରିପାରିବେ, ସେଥିପାଇଁ ରାଜ୍ୟ ଇଲ୍‌କ୍ଟୋନିକ୍‌ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ଦ୍ୱାରା ବିକଶିତ ଏକ ୱେବ୍ ପୋର୍ଟାଲକୁ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ । ଏହି ପୋର୍ଟାଲରେ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତି ମାନଙ୍କର ଡାଟାବେସ୍ କୁ ମଧ୍ୟ ସନ୍ନିବେଶିତ କରାଯାଇଛି । ଷଗ୍ଧଗ୍ଧକ୍ଟ୍ରଗ୍ଦ:// ମକ୍ଟଙ୍ଖସୟ୧୯.କ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭ/ରେ ଲଗ୍ ଇନ୍ କରି ‘‘ଚକ୍ଷବଗ୍ଦଜ୍ଞବ ଊକ୍ଟଦ୍ଭକ୍ଟକ୍ସ ଝରକ୍ଷଲ ଜରଶସଗ୍ଦଗ୍ଧକ୍ସବଗ୍ଧସକ୍ଟଦ୍ଭ’ ମକ୍ଷସମଳ କରିବାକୁ ପଡିବ । ଏଥିରେ ଦାତାମାନଙ୍କ ଯୋଗ୍ୟତା ଏବଂ ସମ୍ମତି ଆଦି ବିଷୟ ମଧ୍ୟ ସ୍ଥାନିତ ହେବ ।

About the author

Leave a Reply

Your email address will not be published. Required fields are marked *