ଅନନ୍ତନାଗ: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ପୁଣିଥରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ। ଅନନ୍ତନାଗରେ ପୁଲିସ୍ ଇନସପେକ୍ଟର ଭାବେ କାର୍ଯ୍ୟ କରୁଥିବା ମହମ୍ମଦ ଅଶ୍ରଫଙ୍କୁ ଆଜି ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। ଆଜି ସନ୍ଧ୍ୟାରେ ଆତଙ୍କବାଦୀମାନେ ତାଙ୍କୁ ଗୁଳି କରିଥିଲେ। ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ହେଲେ ଅଧବାଟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ସୁରକ୍ଷାକର୍ମୀଙ୍କ ପକ୍ଷରୁ ପୂରା ଅଞ୍ଚଳକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି। ତେବେ ଗୁଳି କରିଥିବା ଆତଙ୍କୀଙ୍କ ପତ୍ତା ମିଳିପାରି ନାହିଁ। ସୂଚନା ଅନୁଯାୟୀ, ଅଶ୍ରଫ ଆଜି ମସଜିଦ୍ରୁ ନିଜ ଘରକୁ ଫେରୁଥିବା ବେଳେ ହିଁ ଆତଙ୍କୀମାନେ ତାଙ୍କୁ ଆକ୍ରମଣ କରିଥିଲେ। ଅନ୍ୟପକ୍ଷରେ ଶୋପିଆନରେ ବି ଆଜି ଏନକାଉଣ୍ଟର ଘଟିଛି। ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳିବିନିମୟ ଚାଲିଥିବା ଖବର ମିଳିଛି। ରିପୋର୍ଟ ଲେଖା ହେବା ବେଳକୁ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି। ତେବେ ମେଲହୋରା ଠାରେ ଘଟିଥିବା ଏହି ଅପରେସନ ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିପାରି ନାହିଁ। ସ୍ଥାନୀୟ ଅଞ୍ଚଳରେ ଆହୁରି ୨ରୁ ୩ ଜଣ ଆତଙ୍କୀ ଥିବା କଶ୍ମୀର ଜୋନ ପୁଲିସ୍ ପକ୍ଷରୁ ଆଶଙ୍କା କରାଯାଇଛି।
About the author
Related Posts

October 26, 2020
ବାହାଘର ପରେ ରୋହନପ୍ରୀତଙ୍କ ପାଇଁ ରୋମାଣ୍ଟିକ୍ ଗୀତ ଗାଇଲେ ନେହା କକ୍କର୍

October 20, 2020
ପଞ୍ଜାବ-ଦିଲ୍ଲୀ ଟକ୍କର୍ ଆଜି
