ନୂଆଦିଲ୍ଲୀ : ପ୍ରକୃତ ନାମ ଅପେକ୍ଷା ସାଉଥ ସୁପରଷ୍ଟାର ପ୍ରଭାସ ତାଙ୍କ ପ୍ରଶଂସକଙ୍କ ପାଖରେ ବାହୁବଳୀ ନାମରେ ବେଶ୍ ପରିଚିତ। ସିନେମା ଜଗତର ସେହି ବାହୁବଳୀ ବା ପ୍ରଭାସ ଆଜି ୪୧ ବର୍ଷରେ ପାଦ ଥାପିଛନ୍ତି। ୧୯୭୯ ମସିହା ଆଜିର ଦିନରେ ପ୍ରଭାସ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପ୍ରକୃତ ନାଁ ହେଉଛି ଭେଙ୍କଟ ସତ୍ୟନାରାୟଣ ପ୍ରଭାସ ରାଜୁ ଉପଲ୍ଲପଟି। ତେଲୁଗୁ ଓ ତାମିଲ ଫିଲ୍ମ ଜଗତରେ ସେ ଜଣେ ଆଗ ଧାଡ଼ିର ନାୟକ। ୨୦୦୨ ମସିହାରୁ ଫିଲ୍ମ ଜଗତରେ ପାଦ ରଖିଥିବା ପ୍ରଭାସ ତାଙ୍କ କ୍ୟାରିଅର ମଧ୍ୟରେ ବର୍ଷମ(୨୦୦୪), ଛତ୍ରପତି(୨୦୦୫), ମିଷ୍ଟର ପରଫେକ୍ଟ(୨୦୧୧), ମିରଚି(୨୦୧୩), ବାହୁବଳୀ, ସାହୋ(୨୦୧୯) ଭଳି ବ୍ଲକବଷ୍ଟର ଫିଲ୍ମ ତିଆରି କରିସାରିଛନ୍ତି। ୨୦୧୫ ମସିହାରେ ପ୍ରଭାସଙ୍କ ଅଭିନୀତ ଫିଲ୍ମ ବାହୁବଳୀ ବକ୍ସ ଅଫିସରେ ଧମାଲ ମଚାଇଥିଲା। ଏହାପରେ ପରେ ତାଙ୍କର ବାହୁବଳୀ-୨ ମଧ୍ୟ ଭାରତୀୟ ଫିଲ୍ମ ଜଗତରେ ଅନେକ ରେକର୍ଡ ସ୍ଥାପନ କରିଥିଲା । ଏହାପରେ ତାଙ୍କର ଆଉ ଗୋଟିଏ ବିଗ୍ ବଜେଟ୍ ଫିଲ୍ମ ସାହୋ ରିଲିଜ ହୋଇଥିଲା। ଏଥିରେ ତାଙ୍କ ସହ ପ୍ରଥମ ଥର ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କୁପର ନଜର ଆସିଥିଲେ। ଆଗାମୀ ଦିନରେ ତାଙ୍କର ଆଉ ୨ଟି ଫିଲ୍ମ ତଥା ‘ରାଧେଶ୍ୟମା’ ଓ ‘ଆଦିପୁରୁଷ ରିଲିଜ ହେବାକୁ ଯାଉଛି।
About the author
Related Posts

November 11, 2020
ପ୍ରେମ ପାଇଁ ବନ୍ଧୁକ ଛାଡ଼ିଲା ନକ୍ସଲ୍ କମାଣ୍ଡର

October 27, 2020
୯ ବର୍ଷରେ ସାଇକେଲରେ ୪୩ଟି ଦେଶ ବୁଲିଲେଣି ଯୁବକ

October 31, 2020