ନୂଆଦିଲ୍ଲୀ : ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ନେହା କକ୍କଡ ଗୁରୁବାର ରୋହନପ୍ରୀତ ସିଂହଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ବାହାଘରର ତୁରନ୍ତ ପରେ ସୋସିଆଲ ମିଡ଼ିଆରେ ବାହାଘରର ଫଟୋ ଓ ଭିଡ଼ିଓ ଭାଇରାଲ ହେଉଛି। ତେବେ ଦୁହିଁଙ୍କ ବାହାଘରକୁ ନେଇ ସେମାନଙ୍କ ପ୍ରଶଂସକ ମଧ୍ୟ ବେଶ ଉତ୍ସାହିତ ଥିବା ଦେଖାଯାଇଛି। ଏବେ ନେହାଙ୍କର ଏକ ଭିଡ଼ିଓ ବେଶ ଭାଇରାଲ ହେଉଛି। ଯେଉଁଥିରେ ସେ ରୋହନପ୍ରୀତଙ୍କ ପାଇଁ ‘ମେଁ ତେରି ହୋ ଗଇ…’ ରୋମାଣ୍ଟିକ ଗୀତ ଗାଇଛନ୍ତି। ଭିଡ଼ିଓରେ ନେହା ନାଲି ଲେହେଙ୍ଗାରେ ନଜର ଆସିଛନ୍ତି।
ଏ ଭିଡ଼ିଓକୁ ‘ଫିଲ୍ମି ସେଲଫି’ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଯାହାକୁ ଏବେ ସୁଦ୍ଧା ୭୭୧ ଲାଇକ ମିଳିଛି। ଏହା ସହ ଭିଡିଓକୁ ଖୁବ୍ କମେଣ୍ଟ ମଧ୍ୟ ମିଳୁଛି। ନେହା ମିଲିନ୍ଦ ଗାବାଙ୍କ ଗୀତ ମେ ତେରି ହୋ ଗଇ… ଗୀତ ଅତିଥିଙ୍କ ଗହଣରେ ଗାଇଛନ୍ତି। ଏହା ପୂର୍ବରୁ ଦୁହିଁଙ୍କର ସଙ୍ଗୀତ ସେରିମନି ଭିଡ଼ିଓ ଭାଇରାଲ ହୋଇଥିଲା।
ଦୁହିଁଙ୍କ ବାହାଘରରେ କେବଳ ସେମାନଙ୍କର ପରିବାର ଲୋକ ଓ କେତେକ ଅନ୍ତରଙ୍ଗ ବନ୍ଧୁ ସାମିଲ ହୋଇଥିଲେ। ଯେତେବେଳେ ବାହାଘର ଶେଷ ହୋଇଛି ରିସେପସନ ପ୍ରସ୍ତୁତି ବି ଆରମ୍ଭ ହୋଇଛି। ବାହାଘରର ଗ୍ରାଣ୍ଡ ରିସେପସନ ପଞ୍ଜାବରେ ଆୟୋଜନ ହେବ।