ନୂଆ ସ୍ଥାନକୁ ବୁଲିବାକୁ ଅଧିକାଂଶ ଲୋକ ଭଲ ପାଆନ୍ତି। ତେବେ କିଏ ଟ୍ରେନ୍ରେ, କିଏ ବିମାନରେ ତ ଆଉ କିଏ ବାଇକ୍ରେ ବୁଲିବାକୁ ପସନ୍ଦ କରନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏମିତି ଜଣେ ଯୁବକ ଅଛନ୍ତି ଯିଏ ସାଇକେଲରେ ଦେଶକୁ ଦେଶ ବୁଲିବାକୁ ପସନ୍ଦ କରନ୍ତି। ଏହି ଯୁବକ ହେଲେ ଲେହରେ ଜନ୍ମ ହୋଇଥିବା କାମରନ୍ ଅଲ୍ଲୀ। ସେ ‘କାମ୍ରନ ଅନ୍ ବାଇକ’ ନାମରେ ଅଧିକ ଜଣାଶୁଣା। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଗତ ନଅ ବର୍ଷ ହେଲା କାମରନଙ୍କ ଏହି ସାଇକେଲ ଯାତ୍ରା ଜାରି ରହିଛି। ଏହାରି ମଧ୍ୟରେ ସେ ୪୩ଟି ଦେଶ ଭ୍ରମଣ କରିସାରିଛନ୍ତି। ଏବେ କୋଭିଡ -୧୯ ହେତୁ ପାକିସ୍ତାନରେ ଅଛନ୍ତି। କେବେ ତାଙ୍କୁ ଭ୍ରମଣ ପାଇଁ ଅନୁମତି ମିଳିବ ତାହାକୁ ଅପେକ୍ଷା କରିଛନ୍ତି। ତେବେ ଏହି ସମୟରେ କାମରନ୍ ଫାଙ୍କା ବସି ନାହାନ୍ତି। ତାଙ୍କର ପୂର୍ବ ଭ୍ରମଣରେ ନିଆଯାଇଥିବା ଅସଂଖ୍ୟ ଫଟୋଗ୍ରାଫକୁ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରୁଛନ୍ତି। ଲୋକଙ୍କ ନିକଟରେ ତାଙ୍କ ଯାତ୍ରା ସମ୍ପର୍କରେ ତଥ୍ୟ ପହଞ୍ଚାଉଛନ୍ତି। ତେବେ କାମରନ ଅଲ୍ଲୀଙ୍କର ଏହି ସଉକ ଏବେକାର ନୁହେଁ। ପିଲାବେଳୁ ସାଇକେଲ ଚଳାଇବାକୁ ସେ ପସନ୍ଦ କରୁଥିଲେ। ଯେତେବେଳେ ସେ ମାତ୍ର ୧୨ ବର୍ଷରୁ ହୋଇଥିଲେ ସେତେବେଳେ ଲେହଠାରୁ ୨୬ କିଲୋମିଟର ସାଇକେଲ ଯାତ୍ରା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଏହାପରେ ସେ ଦୂର ବାଟ ସାଇକେଲରେ ଯିବାକୁ ଚେଷ୍ଟା କରିଥିଲେ। ଏବେ ସେ ବିଭିନ୍ନ ଦେଶକୁ ସାଇକେଲ ଯାତ୍ରା କରୁଛନ୍ତି।
About the author
Related Posts

November 1, 2020
ଚେନ୍ନାଇର ଅଧିନାୟକ ପଦ ଛାଡିବେ ଧ୍ୱନୀ ; ଶେଷ ମ୍ୟାଚ୍ ପରେ ଦେଲେ ସଙ୍କେତ

November 10, 2020
୭ ମାସ ପରେ ଆସନ୍ତାକାଲିଠୁଁ ଖୋଲିବ ହୁନର ହାଟ
July 24, 2020