ବିହାର ରାଜନୀତି ; ଯାହାକୁ କ୍ୟାବିନେଟ ବନାନ ଆସେନି, ସିଏ ପୁଣି ଚାକିରୀ ଦେବେ

Spread the love

ପାଟଣା : ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଖେଇ ଆସୁଥିବାରୁ ବିଭିନ୍ନ ଦଳର ପ୍ରାର୍ଥୀମାନେ ଅନ୍ୟ ପ୍ରାର୍ଥୀମାନଙ୍କୁ କଟାକ୍ଷ କରିବାରେ ଲାଗିଛନ୍ତି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ଚୋୖବେ ଆରଜେଡି ମହାଗଠବନ୍ଧନ ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିବା ତେଜସ୍ୱୀ ଯାଦବଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନିର୍ବାଚନୀ ପ୍ରସଙ୍ଗ କରିଦେଇଛନ୍ତି। ସେ କହିଛନ୍ତି ଯେ ଏନଡିଏର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନୀତୀଶ କୁମାର ଏବଂ ତେଜସ୍ୱୀ ଯାଦବଙ୍କ ମଧ୍ୟରେ ମୁକାବିଲା ହେବା ନାହିଁ। ନୀତୀଶ କୁମାର ଜଣେ ଯୋଗ୍ୟ ଇଞ୍ଜିନିୟର ହୋଇଥିବା ବେଳେ ତେଜସ୍ୱୀ ‘କ୍ୟାବିନେଟ’ ଶବ୍ଦର ବନାନ ମଧ୍ୟ କହିପାରିବେ ନାହିଁ। ସେ କହିଛନ୍ତି, ତେଜସ୍ୱି ନବମ ପାସ କିନ୍ତୁ ନୀତୀଶ ଜଣେ ଇଞ୍ଜିନିୟର। ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ନଭେମ୍ବର ୩ରେ ହେବାକୁ ଥିବା ବେଳେ ପ୍ରଚାର ଯୁଦ୍ଧ ଚରମ ସୀମାରେ ପହଂଚିଛି। ସାଂସଦ ଅଶ୍ୱିନୀ ଚୋୖବେ ଶନିବାର ଏକ ନିର୍ବାଚନ ସଭାରେ ସମ୍ବୋଧିତ କରିବା ବେଳେ ତେଜସ୍ୱୀଙ୍କ ୧୦ ଲକ୍ଷ ସରକାରୀ ଚାକିରୀ ଦେବାର ପ୍ରତିଶ୍ରୁତିକୁ ଦୃଢ ଭାବେ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଦଶମ ଶ୍ରେଣୀ ପରୀକ୍ଷା ଦେଇପାରିନଥିବା ବ୍ୟକ୍ତି ନୀତୀଶ କୁମାରଙ୍କ ପରି ଜଣେ ଇଞ୍ଜିନିୟରଙ୍କୁ ସମାଲୋଚନା କରୁଛନ୍ତି। ପ୍ରଥମ କ୍ୟାବିନେଟ ବୈଠକରେ ସେ ଏକ ଲକ୍ଷ ଲୋକଙ୍କୁ ଚାକିରି ଦେବା କଥା କହୁଛନ୍ତି, କିନ୍ତୁ ସେ କ୍ୟାବିନେଟର ବନାନ ଲେଖି ପାରିବେ ନାହିଁ। ତେଜସ୍ୱୀଙ୍କ ପିତା ଆରଜେଡି ସଭାପତି ଲାଲୁ ପ୍ରସାଦ ଯାଦବ ମଧ୍ୟ କ୍ୟାବିନେଟର ପ୍ରଥମ ବୈଠକରେ ଏକ ଲକ୍ଷ ଲୋକଙ୍କୁ ଚାକିରି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ହେଲେ ସେଥିପାଇଁ ହୋଇଥିବା ଆବେଦନଗୁଡ଼ିକ ଏବେ ବି ଅଳିଆଗଦାରେ ପଡ଼ିଛି।

About the author

Leave a Reply

Your email address will not be published. Required fields are marked *