ନୂଆଦିଲ୍ଲୀ : ବିଭିନ୍ନ ସମୟରେ ହନିଟ୍ରାପ୍ରେ ଫସି ଭାରତୀୟ ସେନା ସମ୍ବନ୍ଧୀୟ ତଥ୍ୟ ଦେଇ ଗିରଫ ହେଉଛନ୍ତି ସେନା କର୍ମଚାରୀ। ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଫେକ୍ ଆକାଉଣ୍ଟ ମାଧ୍ୟମରେ ଏମାନଙ୍କୁ ଫସାଇ ତଥ୍ୟ ହାସଲ କରୁଛି। ଶୁକ୍ରବାର ଭାରତୀୟ ସଶସ୍ତ୍ର ସିଭିଲିଆନ୍ ସେନା କାର୍ଯ୍ୟାଳୟରେ କାର୍ଯରତ ଡ୍ରାଇଭରକୁ ଗିରଫ କରିଛି ରାଜସ୍ଥାନ ଇଣ୍ଟେଲିଜେନ୍ସ ଟିମ୍ । ପରବତସର ନଗର ବାସିନ୍ଦା ରାମନିବାସ ଗୌରା ଜୟପୁର ନିବାରୁ ସ୍ଥିତ ସେନା କାର୍ଯ୍ୟାଳୟରେ ଡ୍ରାଇଭର ଭାବେ କାର୍ଯ କରୁଥିଲା ବୋଲି ଅତିରିକ୍ତ ପୋଲିସ ମହାନିର୍ଦେଶକ(ଇଣ୍ଟେଲିଜେନ୍ସ) ଉମେଶ ମିଶ୍ର କହିଛନ୍ତି। ପାକିସ୍ତାନ ଗୁଇନ୍ଦା ବିଭାଗ ଦ୍ବାରା ସଂଚାଳିତ ହେଉଥିବା ଫେକ୍ ଆକାଉଣ୍ଟର ସମ୍ପର୍କରେ ଥିଲା ରାମନିବାସ। ଭାରତୀୟ ସେନାର ସାମରିକ ତଥ୍ୟ ଏହି ଆକାଉଣ୍ଟ ମାଧ୍ୟରେ ରାମନିବାଦ ଦେଉଥିବା ଉମେଶ ମିଶ୍ର କହିଛନ୍ତି।
About the author
Related Posts


November 3, 2020
ଅଷ୍ଟ୍ରିଆରେ ବଡ଼ ଧରଣର ଆତଙ୍କୀ ହମଲା

November 13, 2020