ଅହମ୍ମଦାବାଦ : ପୁଲଓ୍ଵାମା ଆକ୍ରମଣକୁ ନେଇ ପାକିସ୍ତାନର ସଂସଦରେ ଇମ୍ରାନ ଖାନଙ୍କ ମନ୍ତ୍ରୀଙ୍କ ସ୍ଵୀକାରୋକ୍ତି ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ପୁଲଓ୍ଵାମା ଆକ୍ରମଣ ଉଲ୍ଲେଖ କରି କହିଛନ୍ତି ଯେବେ ଆମ ଦେଶର ଯବାନ ସହିଦ ହୋଇଥିଲେ ସେହି ସମୟରେ କିଛି ଲୋକ ରାଜନୀତିରେ ଲାଗି ପଡିଥିଲେ। ଏମିତି ଲୋକଙ୍କୁ ଦେଶ ଭୁଲି ପାରିବ ନାହିଁ। ପ୍ରଧାନମନ୍ତ୍ରୀ କହିଛନ୍ତି, ସେହି ସମୟରେ ଅନେକ ଆରୋପ ସହ୍ୟ କଲୁ ଏବଂ ଗାଳି ମଧ୍ୟ ଶୁଣିଲୁ। ମାତ୍ର ଗତ ଦିନରେ ପଡୋଶୀ ଦେଶ ଯେଉଁଭଳି ପୁଲଓ୍ଵାମା ହମଲା କରାଇଥିବା ସ୍ଵୀକାର କଲା, ଏଥିରେ ଅନେକ ଲୋକଙ୍କ ଚେହେରା ଉଜାଗର ହୋଇଗଲା। ପ୍ରଧାନମନ୍ତ୍ରୀ କହିଛନ୍ତି, ଯେଉଁ ପ୍ରକାର ସେଠାକାର ସଂସଦ ସତ୍ୟ ସ୍ଵୀକାର କଲା, ଏଥିରେ ଏହି ସବୁ ଲୋକଙ୍କ ଅସଲି ଚେହେରା ଦେଶ ସମ୍ମୁଖକୁ ଚାଲି ଆସିଲା। ନିଜର ରାଜନୈତିକ ସ୍ଵାର୍ଥ ପାଇଁ ଏହି ଲୋକେ କେଉଁ ସ୍ତର ପର୍ଯ୍ୟନ୍ତ ଯାଇ ପାରନ୍ତି ପୁଲଓ୍ଵାମା ହମଲା ପରେ କରାଯାଇଥିବା ରାଜନୀତି ଏହାର ସବୁଠୁ ବଡ ଉଦାହରଣ। ଗୁଜରାଟ ଗସ୍ତର ଦ୍ଵିତୀୟ ଦିନରେ ମୋଦୀ ଏହା କହିଛନ୍ତି। ପାକିସ୍ତାନର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଫଓ୍ଵାଦ ଚୌଧୁରୀ ଗୁରୁବାର ସଂସଦରେ କହିଥିଲେ ଯେ, ଆମେ ହିନ୍ଦୁସ୍ତାନକୁ ଘରେ ପଶି ମାରିଛୁ। ଏହା ସହିତ ପୁଲଓ୍ଵାମା ଆକ୍ରମଣ ଇମ୍ରାନ ସରକାର ଏବଂ ଦେଶର ବଡ ସଫଳତା ବୋଲି ସେ କହିଥିଲେ। ଉଲ୍ଲେଖନୀୟ ୨୦୧୯ ଫେବୃଆରୀ ୧୪ରେ ପୁଲଓ୍ଵାମାରେ ଆତଙ୍କବାଦୀ ଆକ୍ରମଣରେ ୪୦ ସିଆରପିଏଫ ଯବାନ ସହିଦ ହୋଇଥିଲେ। ଏହି ଆକ୍ରମଣ ପାଇଁ ଜୈଶ ଇ ମହମ୍ମଦ ନିଜକୁ ଦାୟୀ କରିଥିଲା।
About the author
Related Posts

October 20, 2020
ଆତଙ୍କୀଙ୍କ ଗୁଳିରେ ସହିଦ ହେଲେ ଇନ୍ସପେକ୍ଟର


July 21, 2020