ଦୁବାଇ : ଆଇପିଏଲ ୨୦୨୦ରେ ଶେଷ ମ୍ୟାଚ୍ ଖେଳିଛି ସିଏସ୍କେ। ନିଜର ଶେଷ ମ୍ୟାଚ୍ ଜିତି ଅଭିଯାନ ଶେଷ କରିଛି ଚେନ୍ନାଇ ସୁପରକିଙ୍ଗସ୍। ମହେନ୍ଦ୍ର ସିଂହ ଧୋନୀଙ୍କ ଅଧିନାୟିକତ୍ବରେ ରାଜ କରିଆସିଥିବା ସିଏସ୍କେ ପ୍ରଥମ ଥର ଏତେ ଶୀଘ୍ର ବିଦାୟ ନେଇଛି। ତେବେ ଆଜିର ମ୍ୟାଚ୍ରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବକୁ ହରାଇଥିଲେ ହେଁ ଆଇପିଏଲ ୨୦୨୦ରୁ ବାଦ ପଡ଼ିଛି ସିଏସ୍କେ। ମ୍ୟାଚ୍ ସରିବା ପରେ ସିଏସ୍କେର ଆଗାମୀ ଅଧିନାୟକଙ୍କୁ ନେଇ ଧୋନୀଙ୍କ ଇଶାରା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ସିଏସ୍କେ କ୍ୟାପ୍ଟେନ ପଦରୁ ଓହରିବା ନେଇ ଧୋନୀ ଦେଇଛନ୍ତି ସଙ୍କେତ। ମ୍ୟାଚ୍ ଜିତିବା ପରେ ଧୋନୀ କହିଛନ୍ତି, ‘ଏହା ଏକ କଠିନ ପରିସ୍ଥିତି ଥିଲା। ୭-୮ ମ୍ୟାଚ୍ ହାରିବା ପରେ ପୁଣିଥରେ ବିଜୟ ଧାରାକୁ ଫେରିବା କାଠିକାର ପାଠ। ବାସ୍ତବରେ ଏହା କଷ୍ଟକର। ମୋ ଟିମ୍ ଓ ସାଥି ଖେଳାଳିଙ୍କ ପାଇଁ ମୁଁ ଗର୍ବିତ।’ ଏହାସହ ବିସିସିଆଇ କଣ ନିଷ୍ପତ୍ତି ନେଉଛି ତାହା ଉପରେ ସବୁ କିଛି ନିର୍ଭର କରେ ।କୋର ଟିମ୍ରେ ପରିବର୍ତ୍ତନ କରିବାକୁ ପଡ଼ିବ। ନିଲାମୀ ସମ୍ପର୍କରେ ବିସିସିଆଇ କଣ ନିଷ୍ପତ୍ତି ନେଉଛି ତାହା ବି ଗୁରୁତ୍ବପୂର୍ଣ୍ଣ। ଆଇପିଏଲ ଆରମ୍ଭରୁ ଆମେ ଗୋଟିଏ ଟିମ୍ ଗଢ଼ିଥିଲୁ ଯାହାକି ୧୦ ବର୍ଷ ପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିଛି । କିନ୍ତୁ ଏବେ ପରପୀଢ଼ିକୁ ଦାୟିତ୍ବ ଦେବାର ବେଳ ଆସିଛି ବୋଲି କହିଛନ୍ତି ଧୋନୀ। ଧୋନୀ ଆହୁରି ମଧ୍ୟ କହିଛନ୍ତି, ‘ଆମେ ମଜଭୁତ ହୋଇ ଫେରିବୁ। ଆମେ ୧୪ ଅଙ୍କ ସହ ଅଷ୍ଟମ ସ୍ଥାନରେ ଅଛୁ । ଚାହିଁଥିଲେ ଆମ ଟିମ୍ ପ୍ଲେ ଅଫ୍କୁ ଯାଇପାରିଥାନ୍ତା। ଏହା ଏମିତି ଏକ ସିଜ୍ନ ଯେଉଁଠି ଗୋଟିଏ ଟିମ୍ ଭଲ ଖେଳୁଛି। ଆମେ ରୁତୁରାଜ ଗାଇକ୍ବାଡଙ୍କୁ ଦେଖିଛୁ। ସେ ଭଲ ଖେଳନ୍ତି। କରୋନା ପଜିଟିଭ୍ ଚିହ୍ନଟ ହେବାର ୨୦ ଦିନ ପରେ ବି ସେ ଫିଟ୍ ହୋଇପାରିନଥିଲେ।’ ସୂଚନାଯୋଗ୍ୟ, ରବିବାର ଆଇପିଏଲ ୨୦୨୦ର ୫୩ ତମ ମ୍ୟାଚ୍ରେ ଚେନ୍ନାଇ ପଞ୍ଜାବକୁ ୯ ଓ୍ବିକେଟରେ ହରାଇଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବା ଆସିଥିବା ପଞ୍ଜାବ ୧୫୩ ରନ୍ କରିଥିଲା। ସେପଟେ ୧୮.୫ ଓଭରରେ ଏକ ଓ୍ବିକେଟ୍ ବିନିମୟରେ ଲକ୍ଷ୍ୟ ହାସଲ କରିଥିଲା ସିଏସ୍କେ।
About the author
Related Posts


October 24, 2020