ପାଟଣା: ତିନି ତାରିଖରେ ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ। ଏହାପୂର୍ବରୁ ଶନିବାର ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବ ରେକର୍ଡ କରିଛନ୍ତି। ଗୋଟିଏ ଦିନରେ ୧୯ଟି ରାଲିକୁ ସମ୍ବୋଧନ କରି ବାପା ଲାଲୁ ପ୍ରସାଦ ଯାଦବଙ୍କ ରେକର୍ଡ ଭାଙ୍ଗିଛନ୍ତି । ଏହାପୂର୍ବରୁ ଲାଲୁ ଗୋଟିଏ ଦିନରେ ୧୬ଟି ରାଲି କରି ରେକର୍ଡ କରିଥିଲେ। ଏବେ ୧୯ଟି ରାଲି କରି ତେଜସ୍ୱୀ ବାପା ଲାଲୁ ପ୍ରସାଦ ଯାଦବଙ୍କ ରେକର୍ଡ ଭାଙ୍ଗିଛନ୍ତି । ବିହାର ମହାମେଣ୍ଟରେ ଚେହେରା ହୋଇଛନ୍ତି ତେଜସ୍ୱୀ ଯାଦବ। ଆରଜେଡି ନେତୃତ୍ୱରେ ଏଠାରେ କଂଗ୍ରେସ ନିର୍ବାଚନ ଲଢ଼ୁଛି। ତେଜସ୍ୱୀ ଗୋଟିଏ ଦିନରେ ୧୪ରୁ ୧୬ଟି ରାଲି କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗୋଟିଏ ଦିନରେ ତିନିରୁ ଚାରୋଟି ରାଲି କରୁଛନ୍ତି ।
About the author
Related Posts

October 31, 2020
ଭାରତୀୟ ସେନାର ଗୁପ୍ତ ତଥ୍ୟ ଲିକ୍ କରୁଥିବା ଅଭିଯୋଗରେ ଡ୍ରାଇଭର ଗିରଫ

August 2, 2021
ବିଜେଡିର ଦୁଇ ନେତା ନିଲମ୍ବିତ

October 30, 2020