ଭିଏନା: କରୋନା ମହାମାରୀ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ମଙ୍ଗଳବାରଠାରୁ ଅଷ୍ଟ୍ରିଆରେ ଚାରି ସପ୍ତାହ ପାଇଁ ୨ୟ ଲକଡାଉନ୍ ଆରମ୍ଭ ହେଉଛି। କିନ୍ତୁ ଏହାର ଦିନକ ପୂର୍ବରୁ ଅର୍ଥାତ୍ ସୋମବାର ସନ୍ଧ୍ୟାରେ ଘଟିଛି ବଡ଼ ଅଘଟଣ। ଲକଡାଉନର ପୂର୍ବ ସନ୍ଧ୍ୟାର ମଜା ଉଠାଇବା ପାଇଁ ଲୋକେ ବୁଲାବୁଲି କରୁଥିଲେ। କିନ୍ତୁ ଏହି ବୁଲାବୁଲି ସେମାନଙ୍କ ପାଇଁ ବହୁତ ଭୟଙ୍କର ସାବ୍ୟସ୍ତ ହୋଇଛି। କେହି କିଛି ଭାବିବା ଆଗରୁ ଆତଙ୍କୀମାନେ ଆଖିବୁଜା ଗୁଳିବର୍ଷା କରିଥିଲେ, ଯେଉଁଥିରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେହିପରି ଏଥିରେ ଏକାଧିକ ଆହତ ହୋଇଥିବା ସୂଚନା ମିଳିଛି। ତେବେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଜଣେ ଆତଙ୍କୀ ନିହତ ହୋଇଛି।
About the author
Related Posts

November 13, 2020
ଅଷ୍ଟ୍ରେଲିଆରେ ପହଞ୍ଚିଲା ଟିମ୍ ଇଣ୍ଡିଆ
