ଭୁବନେଶ୍ୱର : ବାଲେଶ୍ୱର ଓ ତିର୍ତ୍ତୋଲରେ ଉପ-ନିର୍ବାଚନ ପାଇଁ ଆଜି ମତଦାନ ଜାରି ରହିଛି । କୋଭିଡ଼ କଟକଣା ଭିତରେ ନିର୍ବାଚନ ଚାଲିଛି । ତେବେ ସକାଳ ୯ଟା ସୁଦ୍ଧା ବାଲେଶ୍ୱରରେ ୧୨.୧୧ ପ୍ରତିଶତ ହୋଇଥିବା ବେଳେ ତିର୍ତ୍ତୋଲରେ ୭.୫୮ ପ୍ରତିଶତ ଭୋଟିଂ ହୋଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ଏନେଇ ସୂଚନା ଦେଇଛନ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ, ମକ ପୁଲ ସମୟରେ କିଛି ଜାଗାରେ ତ୍ରୁଟି ଦେଖାଦେଇଥିଲା । ବାଲେଶ୍ୱରରେ ୨ଟି ଭିଭିପାଟ ବଦଳାଇ ଦିଆଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭୋଟ ବର୍ଜନର ଖବର ଆସିନାହିଁ। ସେହିପରି କୌଣସି ଗଣ୍ଡଗୋଳର ସୂଚନା ନାହିଁ । ଉଭୟ ନିର୍ବାଚନ ମଣ୍ଡଳୀର ଭୋଟର ମାନେ ବୁଥ ଆରେଞ୍ଜମେଣ୍ଟ କୁ ନେଇ ଖୁସି ଥିବା କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ।
About the author
Related Posts

July 20, 2020
ଋାଜ୍ୟରେ ୫୧୫ କୋରୋନା ସଂକ୍ରମିତ ସୁସ୍ଥ ହେଲେ


November 27, 2020