ଲମତାପୁଟ : କୋରାପୁଟ ଜିଲ୍ଲା ଲମତାପୁଟରୁ ପୁଣି କୋଟିଏ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଗୋଟିଏ ପିକଅପ୍ ଭ୍ୟାନରୁ କୋଟିଏ ଟଙ୍କାର ଗଞ୍ଜେଇ ସହ ବନ୍ଧୁକ ଜବତ କରିଛି ପୋଲିସ। ତେବେ ଗଞ୍ଜେଇ ଚାଲାଣ କରୁଥିବା ମାଫିଆ ମାନେ ଫେରାର ହୋଇଯାଇଛନ୍ତି। ମାଛକୁଣ୍ଡ ପୋଲିସ ଏବଂ ବିଏସଏଫ ପକ୍ଷରୁ ମିଳିତ ଭାବେ କମ୍ବିଂ ଅପରେସନ ଚାଲିଥିବା ବେଳେ ଏହି ଗଞ୍ଜେଇ ଜବତ ହୋଇଛି। ନନ୍ଦପୁର ଏସଡ଼ିପିଓ, ଲମତାପୁଟ, ମାଛକୁଣ୍ଡ ,ଜଲାପୁଟ ପୋଲିସ ୫ ଜଣିଆ ଟିମ ଗଠନ କରି ହନୁମାଳ ଗ୍ରାମ ନିକଟରେ ଚେକ୍ ପୋଷ୍ଟ ଲଗାଇଥିଲେ। ଅନ୍ୟପକ୍ଷରେ ବିଏସଏଫକୁ ମାଓବାଦୀ ଚଳପ୍ରଚଳ ସୂଚନା ମିଳିବା ପରେ କମ୍ବିଂ ଅପରେସନ ଚାଲିଥିଲା। ସେହି ସମୟରେ ଏକ ପିକଅପ୍ ଭ୍ୟାନ ଦ୍ରୁତଗତିରେ ହନୁମାଳ ଗାଁ ଦେଇ ଆସୁଥିବା ବେଳେ ପୋଲିସ ଓ ବିଏସଏଫ ଅଟକାଇଥିଲେ। ଅନ୍ଧାର ର ସୁଯଗ ନେଇ ଗାଡି ଛାଡି ଡ୍ରାଇଭର ଚମ୍ପଟ ମାରିଥିଲା। ଗାଡ଼ି ଯାଞ୍ଚ କରିବାରୁ ପ୍ରାୟ ୮ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଏବଂ ଏକ ପିସ୍ତଲ ଏବଂ ୨ଟି ଦୁଇଟି ଗୁଳି ଜବତ କରାଯାଇଛି। ପୋଲିସ ପିକଅପ୍ ଭ୍ୟାନ କୁ ଜବତ କରିଛି । ଗଞ୍ଜେଇ ଜବତ ମୂଲ୍ୟ ୧ କୋଟି ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।
About the author
Related Posts

July 25, 2020
ରାଜ୍ୟରେ କରୋନା ସ୍ଥିତ ଅସମ୍ଭାଳ

October 22, 2020
ଆଜି ପ୍ରବଳ ବର୍ଷିବ, ସାଢେ ୧୧ ଯାଏ ଭାସିବ ରାଜଧାନୀ

October 30, 2020