ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ୟୁନିଟ୍-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ଚାଲିଥିବାପଞ୍ଚଦଶ ମୃତ୍ତିକା ହସ୍ତଶିଳ୍ପ (ଟେରାକୋଟା) ପ୍ରଦର୍ଶନୀର ଆଜି ଥିଲା ଦ୍ବିତୀୟ ଦିବସ। ଏହି ଟେରାକୋଟା ପ୍ରଦର୍ଶନୀରେ ମୁଖ୍ୟ ଆକର୍ଷଣ ସାଜି ମାଟିର କଳାକୃତି। ବିଭିନ୍ନ ଷ୍ଟଲଗୁଡିକରେ ରଙ୍ଗବେରଙ୍ଗର ଦୀପ, ମାଟିର ଘରସଜ୍ଜା ସାମଗ୍ରୀ, ମାଟିର କଳାକୃତି ଉପଲବ୍ଧ ହେଉଛି। ପ୍ରଦର୍ଶନୀରେ ଗତ ଦୁଇଦିନ ମଧ୍ୟରେ କାରିଗରମାନଙ୍କର ଆକର୍ଷଣୀୟ କାରିଗରୀର ବିକ୍ରି ପରିମାଣ ୧୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱରେ ପହଞ୍ଚିଛି। ପ୍ରଦର୍ଶନୀରେ ଜନସାଧାରଣଙ୍କର ବେଶ୍ ସମାଗମ ହେଉଛି। ପ୍ରଦର୍ଶନୀରେ ମାଟିର କଳାକୃତିଗୁଡ଼ିକ ସେମାନେ ଆଗ୍ରହର ସହ କିଣୁଥିବା ଦେଖିବାକୁ ମିଳୁଛି। ଦର୍ଶକମାନଙ୍କ ପାଇଁ ମେଳାରେ କାରିଗରମାନେ ମୃତ୍ତିକାରେ କିଭଳି ସୁନ୍ଦର ସାମଗ୍ରୀ ତିଆରି କରାଯାଉଛି ତା’ର ପ୍ରତ୍ୟକ୍ଷ ପ୍ରଦର୍ଶନ ମଧ୍ୟ କରୁଛନ୍ତି।
About the author
Related Posts

July 23, 2020
ଅସହାୟଙ୍କ ସାହା ପାଲଟିଛନ୍ତି ସମାଜସେବୀ ନାରାୟଣ ମହାପାତ୍ର

November 4, 2020
କୋରାପୁଟରୁ ପୁଣି କୋଟିଏ ଟଙ୍କାର ଗଞ୍ଜେଇ ଜବତ
