ନୂଆଦିଲ୍ଲୀ ୧୩/୧୧: ଭାରତୀୟ ଜନତା ପାର୍ଟି (ବିଜେପି) ରାଜ୍ୟ ପ୍ରଭାରୀମାନଙ୍କ ଏକ ନୂଆ ଟିମ୍ ଘୋଷଣା କରିଛି। ଓଡ଼ିଶା ବିଜେପି ପ୍ରଭାରୀ ଭାବେ ଡି ପୁରେନ୍ଦଶ୍ବରୀଙ୍କୁ ବିଜେପି ନିଯୁକ୍ତ କରିଥିବା ବେଳେ ବିଜୟ ପାଲ ସିଂହ ତୋମାର ସହ ପ୍ରଭାରୀ ଭାବେ ଦାୟୀତ୍ବ ତୁଲାଇବେ। ଏହା ପୂର୍ବରୁ ବିଜେପିର ଓଡ଼ିଶା ପ୍ରଭାରୀ ଥିଲେ ଅରୁଣ ସିଂହ। ଏହା ସହ ରାଧା ମୋହନ ସିଂହଙ୍କୁ ଉତ୍ତର ପ୍ରଦେଶ ପ୍ରଭାରୀ ଭାବେ ନିଯୁକ୍ତ କରିଥିବା ବେଳେ ସମ୍ବିତ ପାତ୍ରଙ୍କୁ ମଣିପୁର ପ୍ରଭାରୀ ଭାବେ ନିଯୁକ୍ତ କରିଛି ବିଜେପି। ବିଜେପିର ସାଧାରଣ ସଂପାଦକ ତରୁଣ ଚୁଗ୍ଙ୍କୁ ଜାମ୍ମୁ କାଶ୍ମୀର, ଲଦାଖ ଓ ତେଲେଙ୍ଗାନା ରାଜ୍ୟ ପ୍ରଭାରୀ ଭାବେ ବିଜେପି ନିଯୁକ୍ତ କରିଛି। ସେହିଭଳି ଭୁପେନ୍ଦ୍ର ଯାଦବ ବିହାର ଓ ଗୁଜୁରାଟର ନୂଆ ପ୍ରଭାରୀ ହୋଇଛନ୍ତି। ଦେଖନ୍ତୁ ପୁରା ଲିଷ୍ଟ
About the author
Related Posts


October 31, 2020
କୋହଲିଙ୍କ ଗୋଟିଏ ସ୍ପୋନ୍ସର୍ଡ ଇନଷ୍ଟାଗ୍ରାମ୍ ପୋଷ୍ଟରୁ ଆୟ ୨ କୋଟି ଟଙ୍କା

November 4, 2020