ପିଡିପିକୁ ଶକ୍ତ ଝଟକା, ଦଳ ଛାଡିଲେ ହୁସେନ ବେଗ୍

Spread the love

ଶ୍ରୀନଗର :  ଜମ୍ମୁ-କାଶ୍ମୀରରେ ପିଡିପିକୁ ଏକ ବଡ ଝଟକା ଲାଗିଛି  । ଦଳର ପ୍ରତିଷ୍ଠାତା ସଦସ୍ୟ ମୁଜଫର ହୁସେନ ବେଗ୍ ଇସ୍ତଫା ଦେଇଛନ୍ତି । କୁହାଯାଉଛି ଯେ, ମୁଜଫର ଜମ୍ମୁ-କାଶ୍ମୀରରେ ହେଉଥିବା ଜିଲ୍ଲା ବିକାଶ ପରିଷଦ ନିର୍ବାଚନରେ ଆସନ ଭାଗବଣ୍ଟାକୁ ନେଇ ଅସନ୍ତୁଷ୍ଟ ଥିଲେ । ଏହି କାରଣକୁ ସେ ଦଳରୁ ଇସ୍ତଫା ଦେଇଛନ୍ତି ।ଏନେଇ ସେ ଦଳର ସଭାନେତ୍ରୀ ମେହବୁବା ମୁଫତିଙ୍କୁ ଜଣାଇ ଦେଇଛନ୍ତି । ହୁସେନ ୧୯୯୮ରେ ଦଳର ପ୍ରତିଷ୍ଠା ସମୟରେ ପିଡିପିରେ ସାମିଲ ହୋଇଥିଲେ । ଏବେସୁଦ୍ଧା କିନ୍ତୁ ହୁସେନଙ୍କ ତରଫରୁ ଦଳ ଛାଡିବାକୁ ନେଇ ପ୍ରତିକ୍ରିୟା ଆସିନାହିଁ । ଦଳୀୟ ସୂତ୍ରାନୁସାରେ, ସେ ସିଟ୍ ଭାଗବଣ୍ଟାକୁ ନେଇ ଖୁସି ନଥିଲେ । ଏପରିକି ଦଳୀୟ ନିଷ୍ପତ୍ତି ବିରୋଧରେ ମୁହଁ ଖୋଲିଥିଲେ । ଏପରିକି ଉତ୍ତର କାଶ୍ମୀରରେ ବିଭିନ୍ନ ପ୍ରାର୍ଥୀ ଚୟନକୁ ନେଇ ସେ ଅସନ୍ତୁଷ୍ଟ ଥିଲେ । ସୂଚନାଯୋଗ୍ୟ, ନ୍ୟାଶନାଲ କଂଗ୍ରେସ, ପିଡିପି, ସିପିଏମ ଓ ପିପୁଲ୍ସ କନଫରେନ୍ସ ମିଶି ପିଏଜିଡି ଗଠନ କରିଛନ୍ତି । ଏହାମଧ୍ୟରେ ମୁଫତି ଟ୍ୱିଟ୍ କରିଥିଲେ ଯେ ପିଏଜିଡିକୁ ଜମ୍ମୁ-କାଶ୍ମୀରରେ ଲୋକଙ୍କ ପରିଚୟ ରକ୍ଷା କରିବାକୁ ଗଠନ କରାଯାଇଛି । ଏହାପୂର୍ବରୁ ମୁଫତିଙ୍କ ତ୍ରିରଙ୍ଗାକୁ ନେଇ ଦିଆଯାଇଥିବା ବୟାନ ପ୍ରତିବାଦରେ ୩ଜଣ ବରିଷ୍ଠ ନେତା ଦଳ ଛାଡିଥିଲେ । ଏହା ଦେଶବାସୀଙ୍କ ଭାବନାକୁ ଆଘାତ କରିଥିବା ସେମାନେ ଅଭିଯୋଗ କରିଥିଲେ ।

About the author

Leave a Reply

Your email address will not be published. Required fields are marked *