ୱାସିଂଟନ : କୋଭିଡ-୧୯ ମହାମାରୀର ମୁକାବିଲା ଲାଗି ଆମେରିକାରେ ଲାଗଲାଗ ୨ଟି ଟିକାର କ୍ଲିନିକାଲ ଟ୍ରାୟଲ ସଫଳ ହୋଇଛି। ପ୍ରଥମଟି ଆମେରିକାର ଫାଇଜର ଜର୍ମାନୀ ବାୟୋଏନ୍.ଟେକ୍ ସହ ମିସି ବିକଶିତ କରିଥିବା ବେଳେ ଏବେ ଆମେରିକୀୟ ବାୟୋଟେକ୍ ଫାର୍ମ ମଡର୍ଣ୍ଣା ଟଳାଇଥିବା କୋଭିଡ ଟିକା ଗବେଷଣା ଫଳାଫଳ ସୋମବାର ଘୋଷଣା କରିଛନ୍ତି। ରିପବ୍ଲିକାନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୋଭିଡ ମୁକାବିଲା ଲାଗି ନେଇଥିବା ପଦକ୍ଷେପ ‘ଅପରେସନ ୱାରପ୍ ସ୍ପିଡ୍’ ଯୋଗୁ ଏହା ସମ୍ଭବ ହୋଇ ପାରିଥିବା ହ୍ୱାଇଟ୍ ହାଉସ୍ ପ୍ରେସ ସେକ୍ରେଟାରୀ କେଲେଇଗ୍ ମ୍ୟାକ୍ ଏନାନୀ ଟ୍ୱିଟ୍ରେ ସୂଚିତ କରିଛନ୍ତି। ଫାଇଜର ତୃତୀୟ କ୍ଲିନିକାଲ ଟ୍ରାୟଲର ଫଳାଫଳ ପୂର୍ଣ୍ଣ ସମୀକ୍ଷା ପୂର୍ବରୁ କୋଭିଡ ଚିକିତ୍ସା ଲାଗି ଏହା ୯୦ ପ୍ରତିଶତ ପର୍ଯ୍ୟନ୍ତ ସଫଳ ବୋଲି କମ୍ପାନୀ ଦାବି କରିଥିଲା। ଏଥିରେ ଏବେ ମଡର୍ଣ୍ଣା ତୃତୀୟ କ୍ଲିନିକାଲ ଟ୍ରାୟଲର ଫଳାଫଳ ସମୀକ୍ଷା ପରେ କୋଭିଡ ଚିକିତ୍ସାରେ ମଡର୍ଣ୍ଣା ଟିକା ୯୪.୫ ପ୍ରତିଶତ ସଫଳ ହେବ ବୋଲି ଦାବି କରିଛି। କୋଭିଡରେ ଆମେରିକା ବିଶ୍ୱର ସର୍ବାଧିକ ପ୍ରଭାବିତ ଦେଶ। ସଂକ୍ରମଣ ଓ ମୃତ୍ୟୁ ହାରରେ ସବୁ ଦେଶର ରୋକର୍ଡ ଭାଙ୍ଗିଛି ଆମେରିକା। ଏଣୁ ଜନତାଙ୍କୁ ସଂକ୍ରମଣରୁ ମୁକ୍ତ କରିବା ଓ ମୃତ୍ୟୁମୁଖରୁ ବଞ୍ଚାଇବା ଲାଗି ରାଷ୍ଟ୍ରପତି ଟ୍ରମ୍ପ ଅପରେସନ ୱାର୍ପ ସ୍ପିଡ ହାତକୁ ନେଇଥିଲେ। ଯାହାର ଫଳାଫଳ ଏବେ ସାମ୍ନାକୁ ଆସିବାରେ ଲାଗିଥିବା କୁହାଯାଇଛି। ହ୍ୱାଇଟ୍ ହାଉସ୍ ପ୍ରେସ୍ ସେକ୍ରେଟାରୀ କୋଭିଡ ବିରୋଧରେ ଆମେରିକାର ସଂଘର୍ଷରେ ଏହି ସଫଳତା ପ୍ରତିଟି ଆମେରିକୀୟଙ୍କର ବୋଲି ଉଲ୍ଲେଖ କରିଛନ୍ତି ମ୍ୟାକ୍ ଏନାନୀ। ଆମେରିକାରେ ଜାନୁୟାରୀ ମାସରୁ ଏପର୍ଯ୍ୟନ୍ତ ଦୀର୍ଘ ୧୧ ମାସରେ ୧୧ ନିୟୁତରୁ ବି ଅଧିକ ଲୋକେ କୋଭିଡେ ସଂକ୍ରମିତ ହୋଇଥିବା ମେଡିକାଲ ରିପୋର୍ଟରୁ ଜଣାପଡିଛି।
About the author
Related Posts

November 4, 2020
ଆମେରିକା ନିର୍ବାଚନ ଫଳାଫଳ , ହାରି ପାରନ୍ତି ଟ୍ରମ୍ପ

October 20, 2020
ପଞ୍ଜାବ-ଦିଲ୍ଲୀ ଟକ୍କର୍ ଆଜି

November 20, 2020