ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦର ମହକୁମାରେ ଥିବା ଏକ୍ସିସ ବ୍ୟାଙ୍କ ଏଟିଏମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଆଜି ସକାଳ ସମୟରେ ଏଟିଏମରେ ଲୋକଙ୍କ ଗହଳି ଥିବା ବେଳେ ଜଣାପଡିଲା ଯେ, ଏଟିଏମରୁ ଟଙ୍କା ଉଠାଇବାକୁ ଯାଇଥିବା ପାପଡାହାଣ୍ଡିର ବ୍ୟବସାୟୀ ସୁକେଶ ବେହେରା ପ୍ରଥମେ ୨୦୦୦ ଟଙ୍କା ଉଠାଇଥିଲେ କିନ୍ତୁ ଆଶ୍ଚର୍ୟ୍ୟର ବିଷୟ ଏଟିଏମରୁ ୪ଟି ୫୦୦ ଟଙ୍କିଆ ନୋଟ ମଧ୍ୟରୁ ୨ଟି ଭଲ ଥିବା ବେଳେ ବଳକା ୨ଟି ନୋଟ ମଧ୍ୟରୁ ଗୋଟିକ ଫଟା ନୋଟରେ କାଗଜ ଲାଗିଥିବା ବେଳେ ଅନ୍ୟ ନୋଟରେ ଫାଳେ ନଥିବା ଦେଖିବାକୁ ମିଳିଥିଲା। ପରେ ଅନ୍ୟ ଜଣେ ମଧ୍ୟ ଏଟିଏମରୁ ୧୦ ହଜାର ଏବଂ ଆଉ ଜଣେ ୫ ହଜାର ଟଙ୍କା ଉଠାଇ ଥିବା ବେଳେ ସେଥିରେ ମଧ୍ୟ ଚିରା ଫଟା ନୋଟ ବାହାରିବାରୁ ସେଠାରେ ହଟହଟା ଦେଖିବାକୁ ମିଳିଥିଲା। ଆଉ କେହି ବି ଟଙ୍କା ଉଠାଇବାକୁ ସାହସ କରିଲେ ନାହିଁ । ଏନେଇ ନବରଙ୍ଗପୁର ଏକ୍ସିସ ବ୍ୟାଙ୍କ କର୍ମଚାରୀଙ୍କ ସହ ଯୋଗାଯୋଗ କରିବାରୁ ସେ ସମସ୍ତଙ୍କ ଟଙ୍କାକୁ ବ୍ୟାଙ୍କରେ ଫେରେଇ ଦେଇ ଭଲ ନୋଟ ନେଇଯିବା ପାଇଁ କହିଥିଲେ ଏବଂ ଭୁଲରେ ଗୋଟିଏ ପ୍ୟାକେଟ ଖରାପ ନୋଟ ଏଟିଏମରେ ଲୋଡ଼ ହୋଇଯାଇଛି ବୋଲି କହିଥିଲେ ।
About the author
Related Posts


July 20, 2020
ଋାଜ୍ୟରେ ୫୧୫ କୋରୋନା ସଂକ୍ରମିତ ସୁସ୍ଥ ହେଲେ

July 20, 2020