ଭୁବନେଶ୍ୱର : ବେସରକାରୀ ସ୍କୁଲ ଫୀ ମାମଲାରେ ଓଡିଶା ହାଇକୋର୍ଟ କେସ ନମ୍ବର 5460/2020 ରେ ସ୍ପଷ୍ଟ ନିର୍ଦେଶ ଦେଇଛନ୍ତି ଯେ, ଅଭିଭାବକମାନେ ଫୀ ନଦେଇ ପାରିଲେ ମଧ୍ୟ ଛାତ୍ର-ଛାତ୍ରୀ ମାନଙ୍କୁ ଅନଲାଇନ କ୍ଳାସ ରୁ ବାହାର କରିପାରିବେ ନାହି ସ୍କୁଲ କର୍ତ୍ତୁପକ୍ଷ । ଏ ନେଇ CBSE ଏବଂ NCPCR ମଧ୍ୟ CIRCULAR ରହିଛି ଯେ କାରୋନା ମହାମାରୀ ସମୟରେ ଲୋକମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଥିବାରୁ ସ୍କୁଲମାନେ ମାନବିକତା ଦେଖାଇବେ ଏବଂ କାହାକୁ ହଇରାଣ ହରକତ କରିବେ ନାହୀଂ କିନ୍ତୁ ସବୁ ନିର୍ଦେଶଗୁଡିକୁ ଅଣଦେଖା କରି ୟଙ୍ଗଫୋନିକ୍ସ ସ୍କୁଲ କର୍ତ୍ତୁପକ୍ଷ କୋମଳମତୀ ଛାତ୍ର-ଛାତ୍ରୀ ମାନଙ୍କୁ ମାନସିକ ନିର୍ଯ୍ୟାତନା ଦେଇଆସୁଛନ୍ତି । ନଭେମ୍ବର ଦ୍ଵିତୀୟ ସପ୍ତାହରେ ସ୍କୁଲର ଅନଲାଇନ ପରୀକ୍ଷା ହୋଇଥିଲା । ଏଥିରେ ସେମାନେ ପକ୍ଷପାତିତା କରି କିଛି ପିଲାଙ୍କୁ ପରୀକ୍ଷାରୁ ବଞ୍ଚିତ କରିଥିଲେ । ଏହାପରେ ସେମାନେ ସେହି ପିଲାମାନଙ୍କୁ ଅନଲାଇନ କ୍ଳାସରୁ ବାହାର କରିଦେଇଛନ୍ତି ।
ଏହାର ପ୍ରତିବାଦରେ ଆଜି ୟଙ୍ଗଫୋନିକ୍ସ ସ୍କୁଲର ଅଭିଭାବକମାନେ, ଓପାଫ ନେତୃତ୍ବରେ ଆଜି ଧଉଳି ଥାନାରେ ଏକ ଏଫ. ଆଇ. ଆର. ରୁଜୁ କରିଛନ୍ତି । ପ୍ରକାଶଥାଉକି ଏଥିପାଇଁ ସ୍କୁଲ କର୍ତ୍ତୁପକ୍ଷଙ୍କୁ ବାରମ୍ବାର ଇମେଲ ମାଧ୍ୟମରେ ଯୋଗାଯୋଗକରି ଅନୁରୋଧ କରାଯାଇଥିଲେ ମଧ୍ୟ ସେମାନେ କର୍ଣ୍ଣପାତ କରିନଥିଲେ । ଏ ନେଇ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗଙ୍କ ତରଫରୁ ସ୍କୁଲ କର୍ତ୍ତୁପକ୍ଷଙ୍କୁ ନୋଟିସ ଦେଇ, ପିଲାମାନଙ୍କୁ ପରୀକ୍ଷା ଓ ଅନଲାଇନ କ୍ଳାସ ରୁ ବଞ୍ଚିତ ନକରିବାକୁ ନିର୍ଦେଶ ଦେଇଥିଲେ ମଧ୍ୟ ସ୍କୁଲ କର୍ତ୍ତୁପକ୍ଷ କିଛି ଶୁଣି ନଥିଲେ କିମ୍ବା ଆୟୋଗଙ୍କ ନୋଟିସକୁ ଗୁରୁତ୍ଵ ଦେଇ ନଥିଲେ । ଏହି ପରିପେକ୍ଷିରେ ୟଙ୍ଗ-ଫୋନିକ୍ସ ସ୍କୁଲର ଆଭିଭାବକମାନେ ଦାବିକରିଛନ୍ତି ଯେ ସରକାର ଯଥାଶୀଘ୍ର ଏଥିରେ ହସ୍ତକ୍ଷେପ କରି ପିଲାମାନଙ୍କୁ ନ୍ୟାୟ ଦିଅନ୍ତୁ ନଚେତ ଆଭିଭାବକ ମାନେ ରାଜରାସ୍ତାକୁ ଓଲ୍ଲାଇବେ