ଜାମ୍ମୁକାଶ୍ମୀର : ଜାମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀର ଅପରେସନ୍ ଜାରି ରହିଛି। ଆତଙ୍କବାଦୀ ଥିବାର ଗୁପ୍ତ ସୂଚନା ପାଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା ଏବଂ ପ୍ରତ୍ୟେକ ବ୍ଲକକୁ ଆସୁଥିବା ଯାନବାହନକୁ ଯାଞ୍ଚ କରାଯାଇଥିଲା। ଏହି ସମୟ ମଧ୍ୟରେ ସୁରକ୍ଷା ବାହିନୀ ବ୍ୟାନ୍ ଟୋଲ୍ ପ୍ଲାଜା ନିକଟରେ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଥିଲେ। ଏନକାଉଣ୍ଟରରେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଯାନବାହନ ଯାଞ୍ଚ ବେଳେ ଆତଙ୍କବାଦୀଙ୍କ ଏକ ଗୋଷ୍ଠୀ ସକାଳ ୫ ଟାରେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇଥିଲେ। ଗୁଳି ଚଳାଇବା ପରେ ଆତଙ୍କବାଦୀମାନେ ଜଙ୍ଗଲ ଆଡକୁ ଦୌଡିବାକୁ ଲାଗିଥିଲେ। ତା’ପରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଏଥିରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏନକାଉଣ୍ଟର ହେତୁ ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ବନ୍ଦ ରହିଛି।
About the author
Related Posts

October 27, 2020
ମୁମ୍ବାଇରେ ହୋଇପାରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ

October 30, 2020
‘ମେରି ସହେଲି’ ବୁଝିବ ମହିଳା ଯାତ୍ରୀଙ୍କ ସମସ୍ତ ସମସ୍ୟା

July 20, 2020